ମାଲକାନଗିରି,ତା:୧୯/୦୯(ପିପିଟି):ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ କୋରନା ପଜିଟିଭ୍ ଶୂନରେ ପହଞ୍ଚି ଥିବା ତଥ୍ଯ ସାମ୍ମାନାକୁ ଆସିଛି,ଯାହାକି ଜନସାଧାରଣଙ୍କ ମନରେ କୋରନା ପ୍ରତି ଥିବା ଭୟରୁ ମୁକ୍ତି ମିଳିଛି । ପୂର୍ବ ପରି ଲୋକମାନେ ମଧ୍ଯ ମୁଖରେ ମୁଖା ପରିଧାନ କରୁନଥିବା ଜଣା ପଡିଛି । ଜିଲ୍ଲା ପ୍ରଶାସନ ତରଫରୁ ଧୀରେ ଧୀରେ ମୁଖା ପରିଧାନର କଟକଣା ଆଉ ନାହିଁ । ରାସ୍ତାଘାଟରେ ପୋଲିସ ମୁଖା ପରିଧାନ କରି ନଥିବା ବ୍ଯକ୍ତିଙ୍କ ଠାରୁ କେଉଁଠି ଫାଇନ୍ ଆଦାୟ କରିବାର ଦୃଷ୍ଟି ଗୋଚର ହେଉ ନାହିଁ । ସରକାରୀ କାର୍ଯ୍ଯାଳୟରେ କର୍ମରତ କର୍ମଚାରୀମାନେ ମଧ୍ଯ ମୁଖା ପରିଧାନ କରୁନଥିବା ବେଳେ ସାନିଟାଇଜର କିଏ ବ୍ଯବହାର କରୁନଥିବା ଜଣା ପଡିଛି ।ଜିଲ୍ଲାରେ ସ୍ବଭାବିକ ଅବସ୍ଥା ଫେରି ଆସିଛି । ସବୁ ଦୋକାନ ବଜାର ଭୋଜନାଳୟ, ବାରିକ ଦୋକାନ, ବସ୍ତ୍ରାଳୟ,ମାଛ, ମାଂସ,ପନିପରିବା ଦୋକାନ ଗୁଡିକ ଖୋଲା ରହୁଛି । ସମୟ ସୀମା ଉପରେ କଟକଣା ନାହିଁ । କେତେକାଂଶରେ ବ୍ଯବସାୟୀକ ମାନ୍ଦାବସ୍ଥା ଦୂର ହୋଇଛି ।ବର୍ତ୍ତମାନ ଗହଳ ଚହଳ ଉପରେ କୌଣସି ପ୍ରତିବନ୍ଧକ ନଥିବା ଦେଖିବାକୁ ମିଳୁଛି ।ସଭା ସମିତିର ଆୟୋଜନରେ କୌଣସି ବାରଣ ନାହିଁ । ଲୋକମାନେ ନିର୍ଭୟରେ ବିଚରଣ କରି ପାରୁଛନ୍ତି । ଜିଲ୍ଲା ପ୍ରଶାସନର ତଥ୍ଯ ଅନୁସାରେ କୋରନା ପଜିଟିଭ ମାଲାନଗିରି ଜିଲ୍ଲାରେ ଶୂନ ରହିଛି । ଜିଲ୍ଲାରେ କୋରନା ପଜିଟିଭ୍ ସର୍ବମୋଟ କେଶ ୧୧ ହଜାର ୬୩୭ ରହିଥିଲା ବେଳେ ୧୧ ହଜାର ୫୭୧ ଜଣ କୋରନା ଆକ୍ରାନ୍ତ ରୋଗୀ ଆରୋଗ୍ଯ ଲାଭ କରିଛନ୍ତି । ଆଜି ପର୍ଯ୍ଯନ୍ତ ଜିଲ୍ଲାରେ ୪୭ ଜଣ କୋରନା ରୋଗୀଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ୧୯ ଜଣ କୋରନା ଆକ୍ରାନ୍ତ ରୋଗୀ କୋଭିଡ ହସପିଟାଲରେ ଚିକିତ୍ସାଧିନ ରହିଥିବା କୁହାଯାଇଛି !
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)