ମାଲକାନଗିରି,ତା:୨୭/୦୬(ପିପିଟି); ଗତ ୨୨ ତାରିଖ ଦିନ ମାଲକାନଗିରି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମାଲାକନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ବିରୁଦ୍ଧରେ ସାଂଘାତିକ ଦୁର୍ନୀତି ଅଭିଯୋଗ ଆଣିଲା ପରେ ନବୀନ ସରକାର ଘଟଣାକୁ ଗୁରୁତର ସହ ନେଇ ତାଙ୍କୁ ପଶୁ ସଂସପଦ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି। ବର୍ତ୍ତାମାନ ମାଲକାନଗିରି ଜିଲ୍ଲାକୁ ନୂତନ ଜିଲ୍ଲାପାଳ ଭାବେ ବିଶାଲ ସିଂହକୁ ଦାୟିତ୍ବ ପ୍ରଦାନ କରିଥିବା ବିଜ୍ଞପ୍ତି ପ୍ରକାଶ ପାଇଛି ।ଘଟଣାରୁ ପ୍ରକାଶ ଯେ ,ଆନ୍ଧ୍ରର ଏକ ଘରୋଇ କମ୍ପାନି ହାତରେ ଟେକି ଦେଲେ ଜିଲ୍ଲାର ଅଧିକାଂଶ ଖଣି ଖାଦାନ । ଲଘୁ ଖଣି ଖାଦାନର ନିଲାମୀ ଲାଗି ସ୍ଥାନୀୟ ତହସିଲଦାର ମାନଙ୍କୁ କ୍ଷମତା ଦିଆଯାଇ ଥିବା ବେଳେ ଆନ୍ଧ୍ରର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇ ନିଜେ ଜିଲ୍ଲାପଳ ଟେଣ୍ଡର ଆହ୍ୱାନ କରିଥିଲେ ଏବଂ ତିନି ଦିନ କାଳ ଟେଣ୍ଡର ବକ୍ସକୁ ନିଜ ଘରେ ରଖି ଚାଭା ବେଣୁଗୋପୋଳ ନାମକ ଏକ ଆନ୍ଧ୍ରର ଠିକାଦାରଙ୍କୁ ସହଯୋଗ କରାଯାଇ ଥିବା ଅଭିଯୋଗ ହୋଇଛି । ଏବଂ ଏହି ସମୟରେ ବେଣୁଗୋପାଳଙ୍କ ବିଡ୍ ଡକ୍ୟୁମେଣ୍ଟକୁ ପରିବର୍ତନ କରାଯାଇ ଥିବା ଅଭିଯୋଗ କରିଛି କଂଗ୍ରେସ ଦଳ ।
ଗତ ୨୦ ତାରିଖରେ ଟେଣ୍ଡର ବକ୍ସକୁ ଟ୍ରେଜରିକୁ ହସ୍ତାନ୍ତର କରାଯାଇଥିବା ଟେଣ୍ଡର ପ୍ରୋସିଡିଙ୍ଗସରେ ଦର୍ଶାଯାଇଛି । ହେଲେ ଆରଟିଆଇ ତଥ୍ୟରେ ଉଲ୍ଲେଖ ରହିଛି ୨୩ ତାରିଖରେ ଗୋଟାଏ ୩୬ ମିନିଟରେ ଟ୍ରେଜରି ଟେଣ୍ଡର ବକ୍ସ ରିିସିଭ କରାଯାଇଛି । କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇ ଡଙ୍ଗର ଓ ଧାନ ଜମିରେ ୫ କୋଟି ଟଙ୍କାର ଘର ଦ୍ୱାର ଓ ପ୍ଲାଣ୍ଟ ଥିବା ଦର୍ଶାଇ କୋଟିଏ ଟଙ୍କାର ସଲଭେନସି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏହାକୁ ଆଧାର କରି କୋଟିଏ ଟଙ୍କା ସ୍ଥାନରେ ୨ କୋଟି ୩୮ ଲକ୍ଷ ଟଙ୍କାର ପଥର କୁଆରି ଟେକି ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ଦଳ । ସେହିପରି ମାର୍ଚ୍ଚ ୩୦ ତାରିଖରେ ସମ୍ପୃକ୍ତ କମ୍ପାନୀକୁ ୭ଟି କୁଆରି ଦେବା ଲାଗି ଟେଣ୍ଡର ପ୍ରକ୍ରିୟାରୁ ସ୍ଥିର ହୋଇଥିବା ବେଳେ ମାର୍ଚ୍ଚ ୩୧ ତାରିଖରେ ଗୋଟିଏ ଏମଜି ହେକ୍ଟର କାରକୁ ଜିଲ୍ଲାପଳଙ୍କୁ ଲାଞ୍ଚ ଆକାରରେ ଦିଆଯାଇଥିବା ଅଭିଯୋଗ କରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝି। ତେବେ ଏହି ବଦଳି ଯୋଗୁଁ ମାଲକାନଗିରି ଜିଲ୍ଲା କଂଗ୍ରେସ ମହଲରେ ଖୁସୀର ଲହରୀ ଖେଳି ଯାଇଛି । ତେବେ କଂଗ୍ରେସ କରିଥିବା ଦାବିଗୁଡିକ ବଳବତ୍ତର ରହିଛି । ତେବେ ନୂତନ ଜିଲ୍ଲାପାଳ ବିଶାଲ ସିଂହ ଦାୟିତ୍ବ ଗ୍ରହଣ କଲା ପରେ ୭ ଗୋଟିି ଖଣି ଲିଜକୁ ବାତିଲ କରିବେ କି ନାହିଁ ଦେଖିବାକୁ ବାକି ରହିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post