ମାଲକାନଗିରି ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

0 298

ମାଲକାନଗିରି,୨୨/୦୪(ପିପିଟି):ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଜୟପୁର ମାଲକାନଗିରି ମଞ୍ଜୁରୀ ହୋଇଥିବା ରେଳଲାଇନ୍ କାର୍ଯ୍ୟର ସମୀକ୍ଷା କରିଥିଲେ ।ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ହେଉଥିବା କେନ୍ଦ୍ର ଉନ୍ନୟନ ଯୋଜନାର ସମୀକ୍ଷା କରିଥିଲେ ।
ଏହି ବୈଠକରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଜିଲ୍ଲାର ସମସ୍ତ ଅଧିକାରୀ ,ରେଳ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ।ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ପାନୀୟ ଜଳ, ରାସ୍ତା, ଆବାସିକ ଯୋଜନା ,ରେଳଲାଇନ୍, ମୋବାଇଲ ସେବା, ପି ଏମ୍ କିସାନ ଯୋଜନା, ଶିଳ୍ପ, ମହିଳା ବିକାଶ ଭଳି ଅନେକ ଯୋଜନାର ଉଦ୍ଦେଶ୍ୟ ଉପରେ ସମୀକ୍ଷା କରିଥିଲେ ।ପରେ ସଂସ୍କୃତି ଭବନରେ କର୍ମୀ ସମ୍ମିଳନୀ ଓ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପ୍ରଥମେ ମାଲକାନଗିରି ନୂତନ ଡାକ ଘର ଉଦଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧିତ କରାଯାଇ ପାରମ୍ପରିକ ଆଦିବାସୀ ନୃତ୍ୟକରି ସଭାମଞ୍ଚକୁ ପାଛୋଟି ନେଇଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.