ମାଲକାନଗିରିର ଯୁବକ ଓଏଏସରେ ୫ମ ସ୍ଥାନ ।

0 274

ମାଲକାନଗିରି,୦୭/୧୦(ପିପିଟି): ମାଲକାନଗିରି ଜିଲ୍ଲା ସଦର ମହକୁମାର ଜଣେ ଯୁବକ ଓ.ଏ.ଏସ ପରୀକ୍ଷାରେ ରାଜ୍ୟରେ ୫ମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ହେଉଛନ୍ତି ଦେବବ୍ରତ ମହାରଣା ମାଲକାନଗିରି ସଦର ମହକୁମା କୁମୁଟିଗୁଡାର ଅବସରପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷାଅଧିକାରୀ ରବିନ୍ଦ୍ର କୁମାର ମହାରଣାଙ୍କ ଜ୍ୟୋଷ୍ଠ ପୁତ୍ର ଦେବବ୍ରତ ମହାରଣା ଓଏଏସରେ ୫ମ ସ୍ଥାନ ଅଧିକା କରିଥିବାରୁ ପରିବାର ସହ ଜିଲ୍ଲାରେ ଦେବବ୍ରତଙ୍କୁ ପ୍ରସଂଶାର ସୁଅ ଛୁଟିଛି । ଦେବବ୍ରତ ଗତ ବର୍ଷ ଓ.ଏ.ଏସ ପରୀକ୍ଷା ଦେଇଥିଲେ ମଧ୍ୟ ୩୮ ରେଙ୍କ ପାଇଥିବା ବେଳେ ସେ ସାଧାରଣ ବର୍ଗ ହୋଇଥିବାରୁ ତାଙ୍କୁ ଓ.ଆର.ଏସ୍ ରେ ନିଯୁକ୍ତି ଦିଆଯାଇଥିଲା । ସେ ଭବାନିପାଟଣା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି । କଠିନ ପରିଶ୍ରମ କରି ଆଜି ସେ ଓ.ଏ.ଏସ ପାଇଛନ୍ତି । ଦେବବ୍ରତ ତାଙ୍କରି ଏହି ସଫଳତା ପାଇଁ ନିଜର ପିତା ମାତା ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.