ମାଲକାନଗିରିରେ ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ୟୁଜେଏ ତରଫରୁ ସ୍ମାରକପତ୍ର ପ୍ରଦାନ ।

0 267

ଭଞ୍ଜନଗର ,୨୩/୧୨(ପିପିଟି): ମାଲକାନଗିରି ଜିଲ୍ଲାର ୫ଜଣ ସାମ୍ବାଦିକଙ୍କୁ ପୋଲିସ ରାତି ଅଧିଆ ଆକ୍ରୋଶ ମୂଳକ ଭାବେ ଘରୁ ଉଠାଇ ନେବା ଘଟଣାକୁ ଗଂଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଘୋର ନିନ୍ଦା କରିଛି। ବିନା କାରଣରେ ପୋଲିସ ପ୍ରଶାସନ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟରତ ୫ଜଣ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନେ ଦେଇଥିବା ଏଫଆଇଆର ପୋଲିସ ରୁଜୁ କରିନାହିଁ। ପୋଲିସ ପ୍ରଶାସନର ଏଭଳି ନିଷ୍ଠୁର କାର୍ଯ୍ୟ ଓ ଗଣମାଧ୍ୟମର କଣ୍ଠରୋଧ କାର୍ଯ୍ୟକୁ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକ ଦୃଢ ନିନ୍ଦା କରିଛନ୍ତି। ଏ ନେଇ ଗୁରୁବାର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକର ସାମ୍ବାଦିକମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଦୋଷୀଙ୍କୁ ଦଣ୍ଡ ବିଧାନ କରିବା ଓ ସାମ୍ବାଦିକଙ୍କୁ ପେଶାଦାର ଅପରାଧୀ ଭଳି ଗିରଫ କରିଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘର ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ପାତ୍ର ଦାବି କରିଛନ୍ତି।ଏଥିରେ ୟୁଜେଏର ଭଞ୍ଜନଗର ଶାଖା ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼,ସହ ସମ୍ପାଦକ ନିଲୁ ବିଷୋୟୀ,ଜିଲ୍ଲା ସଂଯୋଜକ ବିଶ୍ୱମ୍ଭର ଜେନା, ନଚିକେତା ପ୍ରଧାନ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ପାଳ,ମନୋଜ ଗୌଡ଼,ଗିରିସ ସାହୁ,ବବି ରଥ,ଅନିଲ ସେଠୀ,ପପୁ ପ୍ରଧାନ,ପୁରୁଷୋତ୍ତମ ମହାପାତ୍ର,ବେଲଗୁଣ୍ଠା,ବୁଗୁଡା, ସୋରଡ଼ା, ଜଗନ୍ନାଥ ପ୍ରସାଦ ବ୍ଲକର ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ।)

Leave A Reply

Your email address will not be published.