ମାଲକାନଗିରିରେ ଲଗାଣ ବର୍ଷା, ବହୁଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ, ଜଣେ ମୃତ ।

0 231

ମାଲକାନଗିରି ,୨୬/୦୭(ପିପିଟି): ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତଳି ଅଞ୍ଚଳରେ ଏକ ପ୍ରକାର ବନ୍ୟା ପରିସ୍ଥିତି ଦେଖା ଦେଇଛି। ପ୍ରବଳ ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା, ଏମଭି -୯୬ ପୋଲ ଉପରେ ୩ ଫୁଟର ପାଣି ଚାଲୁଛି। କାଲିମେଳାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଅନ୍ୟପକ୍ଷରେ କାଲିମେଳା କନ୍ୟା ଆଶ୍ରମ ନିକଟସ୍ଥ ଶାବରୀ ନଦୀରେ ଜଳପନ ବୃଦ୍ଧି ପାଇବା ଯୋଗୁଁ ପଡିଆ ଅଞ୍ଚଳକୁ ଗମନାଗମନ ଠପ୍ ହୋଇପଡିଛି। ସେହିପରି ଖଇରପୁଟ ବ୍ଲକ ରାସବେଢା ପଞ୍ଚାୟତର ମୁଦୁଲି ଗୁଡା ଗାଁ ର ଘଏନଉ ଚାଲାଣ ନାଳରେ ଭାସି ଯାଇ ମୃତ୍ୟୁ ବରଣ କରିଛି।
୩୨୬ ନମ୍ବର ବିଜୟଓ୍ବାଡା ରାଞ୍ଚି ଜାତୀୟ ରାଜପଥରର କାଙ୍ଗୁରୁକୋଣ୍ଡା ପୋଲ ଉପରେ ୩ ଫୁଟ ବର୍ଷା ଜଳ ପ୍ରବାହିତ ହେଉଅଛି। ଫଳରେ ପୋଲର ଉଭୟ ପାର୍ଶ୍ବରେ ଅନେକ ଗାଡି ମଟର ଅଟକି ରହିଛି । ମାଲକାନଗିରି ସହିତ କାଲିମେଳା ବ୍ଳକର କାଲିମେଳା, ଏମଭି- ୭୯, ମୋଟୁକୁ ଯୋଗାଯୋଗ ବନ୍ଦ ରହିଛି । କାଲିମେଳା ବ୍ଳକ ସହିତ ପଡିଆ ବ୍ଳକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ୨ ରୁ ୩ ଫୁଟ ପର୍ଯ୍ୟନ୍ତ ପ୍ରଖର ଜଳ ସ୍ରୋତ ପ୍ରବାହିତ ହେଉଛି। ଯାହା ଫଳରେ କାଲିମେଳା ବ୍ଳକ ସହିତ ପଡିଆ ଵ୍ଳକର କନ୍ୟାଶ୍ରମ, ଉଣ୍ଡୁରୁକୋଣ୍ଡା , ଗଠନପାଲ୍ଲୀ, ଏମ:ଭି ୫୮, ବାପାନପାଲ୍ଲୀ ସହ ଯୋଗାଯୋଗ ସମ୍ପୂଣ୍ଣ ବିଛିନ୍ନ ହୋଇପଡ଼ିଛି। ପୋଟେରୁ, ଏମଭି-୩୭ ପୋଲରେ ଜଳ ସ୍ରୋତ ବୃଦ୍ଧି ପାଇଛି । ଅନ୍ୟପଟେ କାଲିମେଳା ବ୍ଳକ୍ କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଫାର୍ମ କଲୋନୀ ନିକଟସ୍ଥ ଏମଭି- ୯୦ ପୋଲ ଉପରେ ମଧ୍ୟ ବର୍ଷା ଜଳ ପ୍ରବାହିତ ହୋଇଛି। ପୋଲର ଗୋଟିଏ ପାର୍ଶ୍ୱ ଭାଙ୍ଗିଯିବା ଫଳରେ କାଲିମେଳା ବ୍ଳକ ସହ ବଡିଗେଟା ଓ ତେଲେରାଇ ଗ୍ରାମ ପଞ୍ଚାୟତର କେତେକ ଗାଁ ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଫଳରେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଓ କର୍ମଚାରୀ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିବା ଦେଖିବାକୁ ମିଳିଛି।
ପାଣିରେ ବୁଡ଼ି ଥିବା ପୋଲ ନିକଟରେ ପୋଲିସ ପହରା ଦେଉଛନ୍ତି। କୌଣସି ଯାନବାହନ ନଯିବା ପାଇଁ କଡ଼ା ନଜର ରଖାଯାଇଛି l ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ସାତଟି ବ୍ଲକରେ ୩୫୪.୮ ମିମି ବର୍ଷା ହୋଇଥିବା ବେଳେ ଜିଲ୍ଲାରେ ସର୍ଵ ମୋଟ ହାରାହାରି ୫୦.୬୯ ମିମି ବର୍ଷା ହୋଇଛି।
ମାଲକାନଗିରି ବ୍ଲକରେ ୮୦.୪ମିଲିମିଟର, ମାଥିଲି ବ୍ଲକରେ ୧୮ମିଲିମିଟର, ଖଇରପୁଟ ବ୍ଲକରେ ୩୦ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୫୫ମିଲିମିଟର, କୋରକୁଣ୍ଡା ବ୍ଳକରେ ୪୭ ମିଲିମିଟର, କାଲିମେଳା ବ୍ଲକରେ ୮୦ମିଲିମିଟର, ପଡ଼ିଆ ବ୍ଲକରେ ୪୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave A Reply

Your email address will not be published.