ମାଲକାନଗିରିରେ ବିଶ୍ଵ ଫର୍ମାସିଷ୍ଟ ଦିବସ ପାଳନ ।

0 284

ମାଲକାନଗିରି,୨୫/୦୯(ପିପିଟି): ସ୍ଥାନୀୟ ଟାଉନ ହଲ ଠାରେ ମାଲକାନଗିରି ଫାର୍ମାସିଷ୍ଟ ସଂଘ ଆନୁକୂଲ୍ୟରେ ବିଶ୍ଵ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ଶଶି ଭୂଷଣ ମହାପାତ୍ର ମାଲକାନଗିରି ଜିଲ୍ଲାରେ କାମକରୁଥିବା, ସମସ୍ତ ଫାର୍ମାସିଷ୍ଟ ଭାଇମାନେ କିପରି ନାନା ପ୍ରକାର ଅସୁବିଧା ମଧ୍ୟରେ ଲୋକମାନଙ୍କର ସେବା କରୁଛନ୍ତି, ସେଥି ପାଇଁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ଡ଼ାକ୍ତର ( ଭେଷଜ ବିଭାଗ ) କୃଷ୍ଣ ଚନ୍ଦ୍ର ମହାପାତ୍ର ଫାର୍ମାସିଷ୍ଟ ଶବ୍ଦର ଆକ୍ଷରିକ ଅର୍ଥ, ଫାର୍ମାସିଷ୍ଟ ମାନଙ୍କ ଦ୍ଵାରା ହୋଇଥିବା ଔଷଧର ଆବିଷ୍କାର, ଔଷଧ ତିଆରି , ବିତରଣ ଏବଂ ସ୍ବାସ୍ଥ୍ୟସେବା ଯୋଗାଇବାରେ ଫର୍ମାସିଷ୍ଟ ମାନଙ୍କ ଭୂମିକା ଏବଂ ଅବଦାନ ବିଷୟରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ୟସେବା ଯୋଗାଇବାରେ ଫର୍ମାସିଷ୍ଟ ମାନଙ୍କ ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ ସେ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। କରୋନା ମହାମାରୀ ସମୟରେ ଫାର୍ମାସିଷ୍ଟ ମାନଙ୍କ ଭୂମିକା, ବିଚ୍ଛିନ୍ନାଞ୍ଚଳ ରେ ସ୍ବାସ୍ଥ୍ୟ ସେବା ଯୋଗାଇବା, ଝାଡ଼ାବାନ୍ତି ଓ ମ୍ୟାଲେରିଆ ନିରାକରଣ, ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଇତ୍ୟାଦି କ୍ଷେତ୍ରରେ ସେମାନେ କିପରି ଭାବରେ ସଚେତନତା ସୃଷ୍ଟି କରୁଛନ୍ତି, ସେ ବିଷୟରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ଜିଲ୍ଲା ଫାର୍ମାସିଷ୍ଟ ସଂଘର ସଭାପତି ସତବୀର ସିଂ ( ପପୁ ) ସମ୍ପାଦକ ଅଶୋକ କୁମାର ସାହୁ, ଲକ୍ଷ୍ମୀଧର ଦାସ ଏବଂ ସୁନିଲ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ରବୀନ୍ଦ୍ର ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ଯକ୍ରମରେ ୫୦ ଜଣ ଫର୍ମାସିଷ୍ଟ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.