ମାଲକାନଗିରି,୦୩/୦୯(ପିପିଟି):କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଲାଗି ରହିଛି । ଏହି ଅବ୍ଯବସ୍ଥା ସଂପର୍କରେ ଅବଗତ କରାଇବା ପାଇଁ ଆଶ୍ରମ ସ୍କୁଲର ପାଚେରୀ ଡେଇଁ ୧୫ ରୁ ୨୦ ଜଣ ଛାତ୍ର ମାରିୱାଡା ଗ୍ରାମରୁ ମାଲକାନଗିରି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ଆଜି ସକାଳେ ପହଞ୍ଚିଥିଲେ । ତେବେ ଛାତ୍ରମାନେ ଜିଲ୍ଲାପାଳଙ୍କୁ ଭେଟିବା ପୂର୍ବରୁ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ତାଙ୍କ କାର୍ଯ୍ଯାଳୟକୁ ପିଲାମାନଙ୍କୁ ଡାକି ସମସ୍ତ ଆପତ୍ତି ଅଭିଯୋଗ ଶୁଣିଥିଲେ । ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ ଉକ୍ତ ଆଶ୍ରମ ସ୍କୁଲରେ ଖାଦ୍ଯ ପଦାର୍ଥ ଠିକରେ ପ୍ରଦାବ କରାଯାଉ ନାହିଁ । କେବେ କେବେ ଭାତ ନିଅଣ୍ଟ ପଡୁଛି । ପିଲାମାନଙ୍କୁ ଯେଉଁ ଡାଲମା ଦିଆ ଯାଉଛି,ସବୁ ପାଣିଆ ଏବଂ ଡାଲମାରେ କେବେ ମଧ୍ଯ ପନି ପରିବା ପଡୁନାହିଁ । ସ୍କୁଲର ଚାଉଞଳ ୩ ଥର ବିକ୍ରି ହୋଇଥିବା ପିଲାମାନେ ଅଭିଯୋଗ କରିଛନ୍ତି । ତିନି ମାସ ତଳେ ୪୨ ବସ୍ତା ଏବଂ ଗତ ୨୩ ତାରିଖରେ ୨୦ ବସ୍ତା ବିକ୍ରି ହୋଇଥିବା ଅଭିଯୋଗ କରିଛନ୍ତି । ଆଶ୍ରମ ସ୍କୁଲରେ ଖାଇବା ବ୍ଯବସିଥା ଠିକ ନାହିଁ । ପାନୀୟ ଜଳର ଅଭାବ ସହ ପାଇଖାନ ମଧ୍ଯ ଠିକ ନାହିଁ । ଝିଅମାନେ ବାହାରୁ ପାଣି ବହୁଥିବା ବେଳେ ହଷ୍ଟେଲରେ ପାନୀୟ ଜଳର ସୁବିଧା ନାହିଁ । ମେଟ୍ରନଙ୍କ ଛୁଆଙ୍କୁ ପିଲାମାନଙ୍କୁ ଧରିବାକୁ ବାଧ୍ଯ କରାଯାଉଛି I ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ପିଲା ମାନଙ୍କୁ ଭେଟି ତାଙ୍କ ଠାରୁ ସମସ୍ତ ଅଭିଯୋଗ ଶୁଣିବାପରେ ଏହାର ତଦନ୍ତ କରାଯିବ କହି ଛାତ୍ରମାନଙ୍କୁ ଏକ ଗାଡି କରି ମାରିୱାଡା ଆଶ୍ରମ ବିଦ୍ୟାଳୟକୁ ପଠାଇଥିଲେ।ତେବେ ମାରିୱଡା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଭଗବାନ ନାୟକଙ୍କୁ ଯୋଗାଯୋଗ କଲା ପରେ ଆଜି ଦିନତମାମ ମୋବାଇଲ ସୁଇଚି ଅପ୍ କରି ରହିବା ଯୋଗୁଁ ତାଙ୍କ ମତାମତ ମିଳି ପାରି ନାହିଁ । ତେବେ ଶ୍ରୀବେହେରା ତଦନ୍ତ କଲା ପରେ କି ପଦକ୍ଷେପ ଗ୍ରହଣ କରିବେ ଆଗକୁ ଦେଖିବାକୁ ବାକି ରହିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)