ପଦ୍ମପୁର,୦୧/୧୦(ପିପିଟି); ବରଗଡ ସାଂସଦ ସୁରେଶ ପୂଝାରୀ ଆଜି ଅଚାନକ ପଦ୍ମପୁର ଗସ୍ତ ଅବସର ରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମହାମାରୀ କରୋନା ମୁକାବିଲା ସଂକ୍ରାନ୍ତିୟ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ , ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ତହସିଲ ସାହୁ,ଡାକ୍ତରଖାନା ପରିଚାଳକ ଡାକ୍ତର ଦିବ୍ୟକୁମାର ମେହେରଙ୍କ ଉପସ୍ଥିତିରେ ପଦ୍ମପୁର ଉପକଣ୍ଠରେ କରୋନା ସଂକ୍ରମଣକୁ ମୁକାବିଲା କରିବାପାଇଁ ନିଆଯାଇଥିବା ବିଭିନ୍ନ ପ୍ରକାର ର ପଦକ୍ଷେପ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ମାନ୍ୟବର ସାଂସଦ ଶ୍ରୀ ପୂଝାରୀ ପଦ୍ମପୁର ଅଂଚଳ ରେ ସ୍ୱାସ୍ଥ୍ୟସେବାକୁ ଅଗ୍ରାଧିକାର ଦେବା ସଙ୍ଗେସଙ୍ଗେ ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିଭୂମୀ ସୁଦୃଢ଼ କରିବା ସକାଶେ ସବୁ ପ୍ରକାରର ସହଯୋଗ ଦେବାପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏ ଆଲୋଚନା ସମୟରେ ରାଜବୋଡାସମ୍ବର ବ୍ଲକର ଅଧ୍ୟକ୍ଷ କୁମରମଣୀ ନାୟକ,ସୁରେଶ୍ୱର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ବୋଲି ପଦ୍ମପୁର ଉପଖଣ୍ଡରେ କାର୍ଯ୍ୟରତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ପ୍ରକାଶ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)