ମାନ୍ନା ଟ୍ରଷ୍ଟ ସେଣ୍ଟ୍ରାଲ କିଚେନ୍ କର୍ମଚାରୀ ୟୁନିଅନ୍ ତରଫରୁ ଗଣଧାରଣା ।

0 387

ବ୍ରହ୍ମପୁର,୦୬/୦୧(ପିପିଟି); ବ୍ରହ୍ମପୁର ଷ୍ଟେସନ ରୋଡ଼ ସ୍ଥିତ ମାନ୍ନାଟ୍ରଷ୍ଟ କେନ୍ଦ୍ରୀୟ ରୋଷେଇଶାଳାରେ କାର୍ଯ୍ୟରତ କର୍ମଚାରୀ/ଶ୍ରମିକମାନେ ବହୁଦିନରୁ କାମକରି ଆସୁଥିବା ବେଳେ, ନାନାଦି ସମସ୍ୟା ମଧ୍ୟରେ ଦିନ କାଟୁଛନ୍ତି । କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦ ହେବା ଫଳରେ ସେଠାରେ କାର୍ଯରତ ଅଧିକାଂଶ କର୍ମଚାରୀ ଏବଂ ଶ୍ରମିକ କାର୍ଯ୍ୟ ହରାଇଥିଲେ । ଲକ୍ ଡାଉନ୍ ସମୟରେ ସମସ୍ତଙ୍କୁ ମଜୁରୀ ସୁନିଶ୍ଚିତ ଦେବାକୁ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଏବଂ ଲକଡାଉନ୍ ସମୟରେ ମଧ୍ୟାହ୍ନ ଭୋଜନ ରୋଷେଇରେ ନିଯୁକ୍ତ କର୍ମଚାରୀଙ୍କୁ ମଜୁରୀ ଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଦେଇଥିବା ବେଳେ ଏହି କାର୍ଯ୍ୟକ୍ଷେତ୍ରରେ ମାନାଟ୍ରଷ୍ଟ କର୍ତ୍ତୃପକ୍ଷ ଟଙ୍କାଟିଏ ମଧ୍ୟ ମଜୁରୀ ଦେଇନାଁହାନ୍ତି । ଲକଡାଉନ ପରଠାରୁ ଆଜି ପର୍ଯ୍ୟନ୍ତ ମାନ୍ନା ଟ୍ରଷ୍ଟର ଅଧିକାଂଶ ଶ୍ରମିକଙ୍କୁ ନିୟମିତ କାମ ପାଉନାଁହାନ୍ତି । ଯେତିକି ବି କାମ ପାଉଛନ୍ତି ସର୍ବନିମ୍ନ ମଜୁରୀ ଆଧାରରେ ଦରମା ନ ଦେଇ ତାଠାରୁ ବହୁତ କମ୍ ଦରମା ଦେଉଛନ୍ତି । ଏହା ଫଳରେ ଶ୍ରମିକମାନେ ପରିବାର ଚଳାଇବା ମୁସ୍କିଲ ହୋଇ ପଡୁଛି । ସଂସ୍ଥାର ସ୍ଥାନୀୟ କତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ଛଟେଇ କରିଦେବାର ଧମକ ମିଳୁଛି । ଫଳରେ ଆମ୍ଭେ ଅନିଶ୍ଚିତତା ମଧ୍ୟରେ କାମ କରି ଆସୁଛୁ ।ଏହି ପରିପ୍ରେକ୍ଷୀରେ ବୁଧୁବାର ୧୨.ଘଣ୍ଟ ସମୟରେ ଷ୍ଟେସନ ରୋଡ଼ସ୍ଥିତ ମାନ୍ନା ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଆମ ସଂଘ ତରଫରୁ କାର୍ଯ୍ୟବନ୍ଦ ସହ ଦାବୀ ପୂରଣ ନ ହେବା ଯାଏଁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଗଣଧାରଣା ଦେବାର କାର୍ଯ୍ୟକ୍ରମ ଜାରୀ ରହିବ। ଉକ୍ତ କାର୍ଯ୍ୟକ୍ରମ ରେ IFTU ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ସଂଘ ସଭାନେତ୍ରୀ ବୈଜୟନ୍ତୀ ସାହୁ, ସମ୍ପାଦିକା ଜଲ୍ଲି ପରିଡା, ସଂଯୁକ୍ତା ମହାରଣା, ପି.ରତ୍ନାଲୁ, ଯୁବନେତା ଶିବରାମ ସାହୁ, ଲକ୍ଷ୍ମୀ ନୃସିଂହ ରଥ, ଓ ଅନ୍ୟ ସବୁ ଶ୍ରମିକ ମାନେ ଉପସ୍ଥିତ ଥିଲେ । ଦାବୀ ସମୂହ ହେଲା ଆହାର /ମଧ୍ୟାହ୍ନ ଭୋଜନ ତୁରନ୍ତ ଚାଲୁ କରିବା ସହ ସମସ୍ତ ଙ୍କୁ ନିୟମିତ କାମ ମିଳୁ ,ସର୍ବନିମ୍ନ ମଜୁରୀ ଆଧାର ରେ ଦରମା ପ୍ରଦାନ କରାଯାଉ,ବକେୟା ଥିବା epf /esi ତୁରନ୍ତ ପୈଠ କରାଯାଉ, ଆଉଟସୋରସିଂ ଏଜେନ୍ସି ବଦଳରେ ମାନାଟ୍ରଷ୍ଟ ସିଧାସଳଖ ନିଯୁକ୍ତି ଦେଉ।

Leave A Reply

Your email address will not be published.