ମାନସିକ ବିକୃତ ବ୍ୟକ୍ତି ନିଖୋଜ ।

0 215

ବେଲଗୁଣ୍ଠା,୦୫/୦୫(ପିପିଟି):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମର ଜଣେ ମାନସିକ ବିକୃତ ବ୍ୟକ୍ତି ଚାରି ଦିନ ହେବା ନିଖୋଜ ହୋଇଯାଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ସିଂହମର୍ଦ୍ଦନ ଗ୍ରାମର ସ୍ଵର୍ଗତ ବାଞ୍ଛା ସ୍ଵାଇଁଙ୍କ ପୁଅ ସୂର୍ଯ୍ୟ ସ୍ୱାଇଁ (୪୬) ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି I ସେ ଗତ ଏକ ତାରିଖ ଦିନ ସକାଳ ଛଅ ଘଣ୍ଟା ସମୟରେ ଘରୁ ବାହାରି କୁଆଡ଼େ ଚାଲି ଯାଇଥିଲେ । ଘରେ ସୂର୍ଯ୍ୟଙ୍କ ସ୍ତ୍ରୀ ବନିତା ସ୍ୱାଇଁ (୪୦) ସୂର୍ଯ୍ୟଙ୍କର ଫେରିବା ବାଟକୁ ରାତି ସାତ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ସୂର୍ଯ୍ୟ ଘରକୁ ଫେରିନଥିଲେ । ଫଳରେ ବନିତା ବ୍ୟସ୍ତ ହୋଇ ରାତିରେ ସୂର୍ଯ୍ୟଙ୍କୁ ସିଂହମର୍ଦ୍ଦନରେ ଖୋଜାଖୋଜି କରିବା ସହିତ ପରଦିନ ଆଖପାଖ ଗାଆଁ ଏବଂ ବନ୍ଧୁବାନ୍ଧବଙ୍କ ଘର ଖୋଜି ପାଇନଥିଲେ । ଖୋଜାଖୋଜି କରି ସବୁ ଆଡ଼ୁ ନିରାଶ ହେବା ପରେ ବନିତା ଗାଙ୍ଗପୁର ଥାନାରେ ନିଜ ସ୍ୱାମୀ ସୂର୍ଯ୍ୟଙ୍କ ନିଖୋଜ ହେବା ସମ୍ପର୍କରେ ଏତାଲା ଦାୟର କରିଥିବା ଜଣାପଡିଛି । ବନିତାଙ୍କ ସୂଚନା ପ୍ରକାରେ ସୂର୍ଯ୍ୟ ଘରୁ ବାହାରକୁ ଯିବାବେଳେ ଏକ ନାଲି ରଙ୍ଗର ଚେକ୍ ଲୁଙ୍ଗି ପିନ୍ଧିଥିବା ବେଳେ କାନ୍ଧରେ ଏକ ଆକାଶୀ ରଙ୍ଗର ଗାମୁଛା ପକାଇଥିଲେ । ସୂର୍ଯ୍ୟଙ୍କର ରଙ୍ଗ ଶ୍ୟାମଳ ବର୍ଣ୍ଣ ହୋଇଥିବା ବେଳେ ତାଙ୍କର ଉଚ୍ଚତା ପାଞ୍ଚ ଫୁଟ । କୌଣସି ସହୃଦୟ ବ୍ୟକ୍ତି ସୂର୍ଯ୍ୟଙ୍କ ଠିକଣା ପାଇଲେ 7894113594 ମୋବାଇଲ୍ ନମ୍ବର୍ ରେ ଯୋଗାଯୋଗ କରିବା ପାଇଁ ସୂର୍ଯ୍ୟଙ୍କ ସ୍ତ୍ରୀ ନିବେଦନ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.