ମାନବିକତା ଭୁଲିଗଲା ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ: ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସୁବିଧା ମିଳିଲା ।

0 18

ବାଲିଗୁଡା,୧୬/୦୬(ପିପିଟି): କରୋନା ମହାମାରୀ ସମୟରେ ସମସ୍ତେ ସମସ୍ତଙ୍କୁ କେଉଁଠି ନା କେଉଁଠି ସାହଯ୍ୟ କରୁଥିବା ବେଳେ ସ୍ଥାନୀୟ ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ମାନବିକତା କିଭଳି ଭୁଲିଯାଆନ୍ତି ତାହାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧ ରେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଘଟଣାରୁ ପ୍ରକାଶ ଯେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଡଡ଼ଙ୍ଗ ଗ୍ରାମ ପାଖେ ଥିବା ଏକ ବ୍ରିଜ଼ ନିକଟରେ ଏକ ଅଜଣା ବୃଦ୍ଧ ବ୍ୟକ୍ତି ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଚାଲିଯାଇଥିଲା । ଫଳରେ ବୃଦ୍ଧଜଣକ ରକ୍ତାକ୍ତ ଅବସ୍ଥାରେ ରାସ୍ତାକଡ଼ରେ ପଡିରହିଥିବା ବେଳେ ଏନେଇସ୍ଥାନୀୟ ବ୍ୟକ୍ତି ମାନେ ପୁଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ଓ ପୁଲିସ ପହଞ୍ଚି ଦୁର୍ଘଟଣାଗସ୍ତ ବ୍ୟକ୍ତି କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଛାଡ଼ି ଚାଲିଯାଇଥିଲେ। ଏତିକି ରେ ପୁଲିସ ତାକାମ ସାରି ଦେଇଥିବା ବେଳେ ଅଜଣା ବ୍ୟକ୍ତି ହୋଇଥିବାରୁ ସ୍ଵାସ୍ଥ୍ୟ କେନ୍ଦ୍ରର କୌଣସି ଡ଼ାକ୍ତର କିମ୍ବା କର୍ମଚାରୀ ଚିକିତ୍ସା କରିନଥିଲେ।ମେଡିକାଲ ଅଚିହ୍ନା ବୃଦ୍ଧ ଚିକିତ୍ସା ନ ପାଇ ଛଟପଟ ହେଉଥିବା ସାମ୍ବାଦିକ ସଂଘ ସଭାପତି ପବିତ୍ର ଦିଗାଲ ସୂଚନା ପାଇବା ପରେ ପ୍ରବୀଣ ପଟ୍ଟନାୟକ, ପ୍ରଳୟ ରାୟ ନାୟକ, ସାମୁଏଲ୍ ନାୟକ, ଧର୍ମ ପଦ ନାୟକଙ୍କ ସମେତ ଅନ୍ୟ ସାମ୍ବାଦିକ ମାନେ ପହଁଚି ହସ୍ତକ୍ଷେପ ପରେ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କର୍ମଚାରୀ ମାନେ ଚିକିତ୍ସା ଯୋଗାଇ ଦେଇଥିଲେ। କିନ୍ତୁ କିଛି ସମୟ ପରେ ବୃଦ୍ଧଙ୍କ ଅବସ୍ଥା ଶୋଚନୀୟ ହେବାକୁ ଲାଗିବାରୁ ବୃଦ୍ଧଙ୍କ ସମ୍ପର୍କୀୟ କିଏ ନଥିବା ରୁ ବୃଦ୍ଧଙ୍କୁ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ବୃଦ୍ଧଙ୍କ ପରିଚୟ ପାଇଁ ସ୍ଥାନୀୟ ସାମ୍ବାଦିକ ମାନେ ସୋସିଆଲ ମିଡିଆରେ ଫୋଟ ଭାଏରଲ ପରେ ବୃଦ୍ଧ ଜଣକଙ୍କ ଘର ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.