ମାନବିକତା ଦେଖାଇଲା ଗାଙ୍ଗପୁର ପୁଲିସ ।

0 277

ବେଲଗୁଣ୍ଠା,୧୦/୧୧(ପିପିଟି): ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇ ପଲି ନିକଟ ରାସ୍ତା କଡରେ ଆଜି ଦିନ ୧୧ଟା ସମୟରେ ଏକ ବ୍ୟାଗ ପଡିଥବା ଖବର ପାଇ ସ୍ଥାନୀୟ ବିଟ ହାଉସ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ ରଞ୍ଜୟ କୁମାର ପ୍ରଧାନ ଉକ୍ତ ବ୍ୟାଗଟିକୁ ସେଠାରୁ ଆଣି ତଲାସୀ ନେବାରେ ସେଥିରେ ପ୍ରାୟ ୩୦ହଜାର ଟଙ୍କା ଓ ଜରୁରୀ କାଗଜପତ୍ର ଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଶ୍ରୀ ପ୍ରଧାନ ଉକ୍ତ ବ୍ୟାଗଟିକୁ ନେଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ ରଞ୍ଜନ ସାହୁଙ୍କୁ ହସ୍ତାନ୍ତର କରିଥିଲେ। ଥାନା ଅଧିକାରୀ ଶ୍ରୀ ସାହୁ ବ୍ୟାଗରେ ଥିବା କାଗଜପତ୍ର ଯାଞ୍ଚ କରିବା ପରେ ତାହା ଭଞ୍ଜନଗର ଥାନା ଡ଼ିହ ପଢାଳ ଗ୍ରାମର ଜୟସେନ ବାଡ଼ତ୍ୟାଙ୍କର ବୋଲି ଜଣାପଡିଥିଲା। ଏସମ୍ପର୍କରେ ଗାଙ୍ଗପୁର ପୁଲିସ ପକ୍ଷରୁ ଜୟସେନଙ୍କୁ ଯୋଗାଯୋଗ କରି ତାଙ୍କୁ ଥାନାକୁ ଡ଼ାକି ଉପଯୁକ୍ତ ପ୍ରମାଣ ପାଇବା ପରେ ମିଳିଥିବା ୩୦ହଜାର ଟଙ୍କା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାଗଜପତ୍ର ଥାନା ଅଧିକାରୀଙ୍କ ଉପସ୍ଥିତିରେ ଜୟସେନକୁ ପ୍ରଦାନ କରାଯାଇଥିଲା।ପୁଲିସକୁ ନେଇ ଲୋକଙ୍କ ମନରେ ଭୟ ଓ ଆଶଙ୍କା ରହିଥିବା ବେଳେ ଗାଙ୍ଗପୁର ପୁଲିସର ସାହାଯ୍ୟ ମନୋବୃତ୍ତି ଭଳି ମହାନ କାର୍ଯ୍ୟକୁ ଜୟସେନ ଓ ଅନ୍ୟମାନେ ପ୍ରଶଂସା କରିଛନ୍ତି।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.