***ମାନବବାଦ** (କବି କେଶବ ଚନ୍ଦ୍ର ନାୟକ)

0 164

ଗୁରୁଜନେ ଘେନ ପ୍ରଣତି ମୋହର
ଲଘୁ ଜନେ ସ୍ନେହାଶିଷ…..
ଭକ୍ତି ପ୍ରେମ ବାଣ୍ଟି ବଞ୍ଚିଲେ ଜୀବନ
ଘୁଞ୍ଚିଯିବ ରୋଷ ଦ୍ୱେଷ…!!
ଶାନ୍ତି ମୈତ୍ରୀ ପ୍ରଗତିର ଚିନ୍ତା
ମାନବୀୟ ଗୁଣ ଧର୍ମ….
ଗୁଣିଜନ ଆମ ଚିର ନମସ୍ୟ
ବୁଝ ସେହି ଗୂଢ ମର୍ମ….!!
ସକଳ ଜନକୁ ରଖି ସମ ଭାବ
ମନକୁ କର ପବିତ୍ର….
ଧୋଇ ଦିଅ ସବୁ ଅନ୍ତରୁ କଳଙ୍କ
ମଧୁମୟ ହେବ ଗାତ୍ର….!!
ଛଳନା ଶୂନ ଜୀବନରେ ପୂଣ୍ୟ
ଆଣି ଥାଏ କୀର୍ତ୍ତି ରାଜି….
ପରୋପକାରେ ଜୀବନ ତେଜିଲେ
ଜିତି ହୋଇଥାଏ ବାଜି…..!!
ଗର୍ବ ଅହଙ୍କାର କ୍ଷଣିକ ମାତର
ରାଜା ଅନୁଭବ ଆଣେ…
କରୁଣାମୟ ହୃଦୟ ଯାହାର
ସକଳ ହୃଦୟ କିଣେ….!!
ଜଗତ ମଙ୍ଗଳ ଚିନ୍ତି ସର୍ବକାଳ
ସୁକର୍ମେ ହୋଇଲେ ମଗ୍ନ….
ଆସୁ ପଛେ ଯେତେ କରାଳ ବିପଦ
ଅପସରି ଯିବ ବିଘ୍ନ…!!
ସଂସାରକୁ ସାର କରିବାକୁ ଆଶା
ବାନ୍ଧ ମନେ ଗୁଣି ଜନେ….
କିବା ରଣକ୍ଷେତ୍ର ରଚି ଷଡ଼ଯନ୍ତ୍ର
ଶାନ୍ତି କି ଆଣିବ ଦିନେ….!!
ତ୍ୟାଗ ସର୍ବ ରୋଷ ମୁଖେ ସୃଜୁ ହସ
ପରକୁ ଆପଣା ମଣି….
ବାହୁରେ ବନ୍ଧନ କରି ଆଲିଙ୍ଗନ
ପ୍ରୀତି ବୀଜ ଯାଅ ବୁଣି….!!
(ସଭାପତି ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.