ମାଥିଲି ଠାରେ ବିଶ୍ବ ଏଡସ ଦିବସ ପାଳିତ ।

0 216

ମାଲକାନଗିରି,୦୧/୧୨(ପିପିଟି):ମାଥିଲି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଅଧ୍ଯକ୍ଷ ସୁବ୍ରତ କୁମାର ଭଦ୍ର, ଅଧ୍ଯାପିକା କାବେରୀ ପରିଡା ,ରେଡକ୍ରସ ଅଧିକାରୀ ନରେନ୍ଦ୍ର କୁମାର ବେହେରା, ସମାଜସେବୀ ଏମଡି ଆରବର ଯୋଗ ଦେଇ ଏଡସ୍ ଉପରେ ନିଜର ନିଜର ମତ ପୋଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ଶୋଭାଯାତ୍ରାର ଆୟୋଜନ କରାଯାଇ ଜନ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ନବୀନ କୁମାର ବିଶ୍ୱାଳ, ପ୍ରଭାତ କୁମାର ସେନ,ଗ୍ରନ୍ଥରକ୍ଷକ ସୁଶାନ୍ତ ବାରିକ ପ୍ରମୁଖ ସହଯୋଗ କରିଥିଲେ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.