ମାଥିଲିରେ ଆମ ଆଦମୀ ପାର୍ଟିର କର୍ମୀ ସମ୍ମିଳନୀ ।

0 203

ମାଲକାନଗିରି,୦୨/୧୧(ପିପିଟି): ଆଜି ମାଥିଲି ଶହିଦ ଲକ୍ଷ୍ମଣ ନାୟକ ଭବନ ଠାରେ ଆମ ଆଦମୀ ପାର୍ଟିର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହା ସମ୍ମିଳନୀ ରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କର୍ମ କର୍ତ୍ତାଙ୍କୁ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ। ଦିଲ୍ଲୀ ଓ ପଞ୍ଜାବର ଆମ ଆଦମୀ ସରକାର ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରୋଜଗାର ଓ ମୌଳିକ ସୁବିଧା ଘରେ ଘରେ କିଭଳି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚା ଯାଉଛି ସେହି ବିଷୟରେ ଅବଗତ କରାଇଥିଲେ । ସ୍ଥାନୀୟ ସମସ୍ୟାକୁ ନେଇ ସରକାରଙ୍କୁ ଜଣାଇ ତାର ଉଚିତ ସମାଧାନ ଦିଗରେ କିଭଳି ଆନ୍ଦୋଳନ କରାଯିବ କର୍ମକର୍ତ୍ତାଙ୍କୁ ଅବଗତ କରିଥିଲେ ଏବଂ ମାଥିଲି ବ୍ଲକର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ଉଚିତ ନ୍ୟାୟ ଓ କ୍ଷତି ପୂରଣ ପାଇଁ ଜୋରଦାର ଆନ୍ଦୋଳନ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟ ପର୍ଯ୍ୟବେକ୍ଷକ ସତ୍ୟଜିତ ମହାନ୍ତି, ଜୟପୁର ନିର୍ବାଚନ ମଣ୍ଡଳୀର ସଭାପତି ଅନିଲ ପାତ୍ର, ମାଥିଲି ବ୍ଲକ ସଭାପତି ସନ୍ତୁ କୁମାର ବିଶ୍ୱାସ,ଆଇନଜୀବୀ ରବିନ୍ଦ୍ର ନାଥ ମାଢି ଉପସ୍ଥିତ ରହିଥିଲେ। କର୍ମକର୍ତ୍ତାମାନଙ୍କୁ ଗାଁ ଗାଁ କୁ ଯାଇ କର୍ମୀ ସଂଗ୍ରହ କରି ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ମିଥ୍ୟା ବିକାଶକୁ ଜନସାଧାରଣଙ୍କୁ ଅବଗତି କରିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଜିଲ୍ଲା ସଭାପତି କେ. ଦେଶୀ ରାଜୁ ଅଚାରୀ ଆମ ଆଦମୀ ପାର୍ଟିର ବିଚାରକୁ ତୃଣମୂଳ ସ୍ତରରେ ପ୍ରଚାର ସହ ସଂଗଠନକୁ ଆସନ୍ତା ଗୋଟିଏ ମାସ ଭିତରେ ସମସ୍ତ ଗ୍ରାମ ପଞ୍ଚାୟତରେ ମଜବୁତ କରିବାକୁ ସମସ୍ତ କର୍ମୀଙ୍କ ସହ ଶପଥ କରାଇ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.