ମାତ୍ର ୨ମାସ ଚାଲିବା ପରେ ବନ୍ଦ ହୋଇଗଲା ସରକାରୀ ବିଶୁଦ୍ଧ ଥଣ୍ଡା ପାନୀୟ ଜଳଯୋଗାଣ ପ୍ରକଳ୍ପ।

0 428

ରାୟଗଡା,୨୬/୧୨(ପିପିଟି); ରାୟଗଡା ଜିଲ୍ଲା ରାୟଗଡ଼ା ବ୍ଲକ ପେଣ୍ଟା ଗ୍ରାମପଞ୍ଚାୟତ ଅଧିନ ଅମଳାଭଟ୍ଟା ଛକରେ ୨୦୨୦/୨୧ ଆର୍ଥିକ ବର୍ଷରେ ପାଞ୍ଚ ଲକ୍ଷ ସତୁରି ହଜାରଟଙ୍କା ବ୍ୟୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ନିର୍ମିତ ହୋଇଥିଲା। ସେହି ପ୍ରକଳ୍ପ ୨୦୨୦ ଜୁଲାଇ ମାସରେ କାର୍ଯ୍ୟକ୍ଷମ ହୋଇଥିଲା।ମାତ୍ର ୩ମାସ ଚାଲିବା ପରେ ପ୍ରାୟ ୨ମାସରୁ ଅଧିକ ହେଲା ବନ୍ଦ ହୋଇ ତାଲା ଝୁଲୁଛି ପ୍ରକଳ୍ପରେ। ଜନସାଧାରଣଙ୍କ ସୁବିଧା ନିମନ୍ତେ ମାତ୍ର ଏକ ଟଙ୍କାରେ ୭୫୦ ମିଲିଲିଟର ବିଶୁଦ୍ଧ ଥଣ୍ଡା ପାନୀୟଜଳ ଯୋଗାଣ ନିମନ୍ତେ ବ୍ୟବସ୍ଥା ହୋଇଥିଲା। ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଯଦି ଏଭଳି ଅବ୍ୟବସ୍ଥା ହୁଏ ତେବେ ସାଧାରଣ ଆଦିବାସୀ ଅଧ୍ୟୁଷିତ ଗାଁରେ କିପରି କାମ ହେଉଥିବ ସହଜରେ ଅନୁମେୟ। ଅମଳାଭଟ୍ଟା ଛକରେ ପ୍ରତି ରବିବାର କିଣାବିକା ନିମନ୍ତେ ଜନଗହଳି ହୋଇଥାଏ। ତେଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Leave A Reply

Your email address will not be published.