ମାତ୍ର କୋଡ଼ିଏ ଟଙ୍କା ବାକି ପାଇଁ ଯୁବକଙ୍କୁ ଜୀବନ୍ତ ଜାଳି ଦେଲା ପାନ ଦୋକାନୀ, ବଡ଼ଚଣା ଥାନା ଆଗରେ ନ୍ୟାୟ ପାଇଁ ମୁଣ୍ଡ ପିଟିଲେ ମା’ ।

0 590

ଯାଜପୁର,୦୭/୧୨(ପିପିଟି); ମାତ୍ର ୨୦ଟଙ୍କା ବାକି ପାଇଁ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ କାଣ୍ଡ ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିନ ଧାନମଣ୍ଡଳ ଦଳିତ ସାହିରେ। ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ବିଫଳ ହୋଇଥିବା ବେଳେ ଏବେ ନ୍ୟାୟ ଅପେକ୍ଷାରେ ପରିବାର ଲୋକେ।ବଡ଼ଚଣା ଥାନା ଆଗରେ ନ୍ୟାୟ ପାଇଁ ଗୋଟେ ମା’ ମୁଣ୍ଡ ପିଟି ପିଟି ନ୍ୟାୟ ମାଗୁଛି l ମାତ୍ର କୋଡ଼ିଏ ଟଙ୍କା ବାକିକୁ ନେଇ ଘଟିଯାଇଛି ତୁମୁଳକାଣ୍ଡ। ବାକି ଟଙ୍କାକୁ ନେଇ ଜୀବନରୁ ମାରିଦେବାକୁ ପଛାଇଲା ନାହିଁ ପାନ ଦୋକାନୀ। ସ୍ପଷ୍ଟ ଦିବାଲୋକରେ ସର୍ଵସମ୍ମୁଖରେ ଜିଆନ୍ତା ଜାଳିଦେଲେ। ଘଟଣା ଘଟିବାର ଏକ ମାସ ପରେ ବି ଚୁପ ବସିଛନ୍ତି ପୋଲିସ ଅଧିକାରୀ। ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ ପ୍ରଶାସନ। ଏନେଇ ଶବକୁ ଥାନା ସମ୍ମୁଖରେ ରଖି ପ୍ରତିବାଦ କରିଛନ୍ତି ମୃତକଙ୍କ ପରିବାର ଲୋକେ। ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଧାନମଣ୍ଡଳ ଗ୍ରାମର ଦଳିତ ସାହିର ସୁଶାନ୍ତ ମଲିକ। ଆଉ ଏଭଳି ଅମାବନୀୟ ଘଟଣା ଘଟାଇଛନ୍ତି ଉକ୍ତ ଗ୍ରାମର ଜଣେ ପାନ ଦୋକାନୀ ନାରାୟଣ ଜେନା। ଗତ ନଭେମ୍ବର ୦୮ ତାରିଖ ଅପରାହ୍ନ ପାଖାପାଖି ୩ଟା ସମୟ। ସୁଶାନ୍ତ ନିଜ ଘର ପାଖରେ ଥିବା ପାନ ଦୋକାନକୁ ଯାଇ ନାରାୟଣଙ୍କୁ ଥଣ୍ଡା ପିଇବା ପାଇଁ ବାକି ମାଗିଥିଲେ। ନାରାୟଣ ପୂର୍ବରୁ କୋଡ଼ିଏ ଟଙ୍କା ବାକି ଅଛି ମୁଁ ଆଉ ବାକି ଦେବିନାହିଁ ବୋଲି କହିଥିଲା ସୁଶାନ୍ତଙ୍କୁ।ଏହା ଭିତରେ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନାରାୟଣ ଏକ ଧାରୁଆ ଭୁଜାଲି ଦେଖାଇବା ସହ ସୁଶାନ୍ତଙ୍କୁ ପେଟ୍ରୋଲ ଢ଼ାଳି ଜିଆନ୍ତା ଜାଳି ଦେବାକୁ ପଛାଇ ନଥିଲା। ପରେ ପରିବାର ଲୋକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ମେଡିକାଲକୁ ନେଇଥିଲେ। ଏନେଇ ପରିବାର ଲୋକେ ଧାନମଣ୍ଡଳ ଫାଣ୍ଡିରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.