ମାଟାପାକା ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଯୋଗ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ।

0 240

ମାଲକାନଗିରି,ତା:୦୭/୦୯(ପିପିଟି); କୋଭିଡ୍ ୧୯ ଗାଇଡ ନିୟମ ଅନୁସାରେନ ମାସ୍କ ପିନ୍ଧି, ହ୍ୟାଣ୍ଡ ସାନିଟାଏଜ କରି ଏବଂ ସାମାଜିକ ଦୂରତା ବଜାଇ ରଖି ସମସ୍ତ ନିୟମ ମାନି ମାଲକାନଗିରି ସଦର ମହକୁମାଠାରୁ ୩୦ କିମି ଦୂରରେ ଥିବା ମାଟାପାକା ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଯୋଗ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ବିନାୟକ ମାଡକାମୀ, ସମ୍ମାନିତ ଅତିଥି ଭାବରେ ଫର୍ମାସିଷ୍ଟ କଙ୍କନ ବିଶ୍ୱାସ ଏବଂ ମୁଖ୍ୟ ବକ୍ତା ଭାବରେ ଶିକ୍ଷକ ଦେବା ମାଡକାମୀ ଯୋଗର ଉପକାରିତା ବିଷୟରେ ବୁଝାଇବା ପୂର୍ବକ ରିବନ୍ କାଟି ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ବ୍ୟସ୍ତ ବହୁଳ ଭାରାକ୍ରାନ୍ତ ଜୀବନରେ ମାନସିକ ଶାନ୍ତି ସୁସ୍ଥ ସ୍ବାସ୍ଥ୍ୟ ପାଇଁ ସମସ୍ତେ ଯୋଗ କରନ୍ତୁ ଏବଂ ନିରୋଗ ରୁହନ୍ତୁ ଏହି ଭଳି ଏକ ମହତ ଉଦ୍ଦେଶ୍ୟ ନେଇ ଏହି ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା । ଏହି ଯୋଗ ଶିକ୍ଷା କାର୍ଯ୍ୟକ୍ରମକୁ ସମାଜସେବୀ ତଥା ଯୋଗ ଶିକ୍ଷା ଗୁରୁ ବିନାଶ କୁମାର ମିଶ୍ର ପରିଚାଳନା କରିବା ସହିତ ଗ୍ରାମବାସୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ସର୍ବ ଶେଷରେ ସମସ୍ତ ଗ୍ରାମବାସୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାସ୍କ ଏବଂ ମିଷ୍ଠାନ୍ନ ବଣ୍ଟନ କରା ଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମର ଯୁବଗୋଷ୍ଠୀ ପ୍ରତିନିଧି ସମେତ ସମସ୍ତ ବ୍ୟକ୍ତିମାନେ ଭାଗନେଇ ସହଯୋଗ ପ୍ରଦାନ କରିଥିଲେ। ଏହିଭଳି ଏକ ସୁନ୍ଦର ଯୋଗ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ମାଲକାନଗିରି ଶାଖା ତରଫରୁ ସମସ୍ତ ଅଧିକାରୀ ପ୍ରଶଂସା କରିଥିଲେ । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.