ଉଲୁଣ୍ଡା,୦୯/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଝାରବାହାଲି ଗ୍ରାମରେ ମାଛ ଧରିବାକୁ ଯାଇ ପୋଖଡ଼ିରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।ମୃତ ଯୁବକ ଜଣକର ନାଁ ରଞ୍ଜିତ ନେଟି (୨୬) ବୋଲି ଜଣାପଡିଛି । ସୂଚନାନୁସାରେ ରଂଜିତ ସକାଳୁ ନିଜ ଗାଁରେ ଥିବା ରୁଗୁଡିମୁଣ୍ଡା ପୋଖରୀକୁ ମାଛ ଧରିବାକୁ ଯାଇ ଆଉ ଫେରି ନ ଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇଁ ନ ଥିଲେ । ମାତ୍ର ସନ୍ଧ୍ୟାରେ ଗାଁ ଲୋକ ପୋଖରୀକୁ ଶୌଚପାଇଁ ଯାଇଥିବାବେଳେ ରଂଜିତର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ।ସେଠାରେ ତାଙ୍କ ଡାକ୍ତର ମୃତ ଘୋଷଣା କରିଥିଲେ ।ତେବେ ରଂଜିତର ପରିବାରରେ ତାଙ୍କର ସ୍ତ୍ରୀ ଓ ତିନି ମାସର ଛୋଟ ଝିଅ ଥିବା ଜଣାପଡିଛି ।
(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )