ମାଛ ଜାଲରୁ ଅଜଗର ଉଦ୍ଧାର ।

0 246

ବୋଲଗଡ଼,୩୦/୦୯(ପିପିଟି): ବୋଲଗଡ ବ୍ଳକ ଅନ୍ତର୍ଗତ ମାଗୁରା ଗ୍ରାମ ନିକଟରେ ରହିଥିବା ହଡା ନଈରେ ଗ୍ରାମର କିଛି ଯୁବକ ମାଛ ପାଇଁ ଏକ ମୁଣ୍ଡୁଳି ଜାଲ ବସାଇ ଥିଲେ । ଆଜି ସକାଳ ସମୟରେ ମାଛ ଜାଲ ଝାଡ଼ିବା ବେଳେ ଏକ ୧୦ ଫୁଟିଆ ଅଜଗର ସାପକୁ ଦେଖି ଅନ୍ୟ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସାପଟି ଦୀର୍ଘ ସମୟ ଧରି ବାହାରିବାକୁ ଚେଷ୍ଟା କଲେ ମଧ୍ୟ ସେଥିରୁ ବାହାରି ପାରୁନଥିଲା । ଶେଷରେ ଗ୍ରାମବାସୀ ସାପଟିକୁ ସୁରକ୍ଷିତ ଭାବରେ ଜାଲ ମଧ୍ୟରୁ ଉଦ୍ଧାର କରିଥିଲେ । ଏହି ସାପ ବଂଶ ଟି ବିଲୁପ୍ତ ପ୍ରାୟ ଥିବାରୁ ଘଟଣା ସ୍ଥଳରେ ଶହଶହ ଲୋକ ଜମା ହୋଇ ଯାଇଥିଲେ । ପରେ ଅଜଗର ଟିକୁ ବୋଲଗଡ଼ ବନବିଭାଗକୁ ହସ୍ତାନ୍ତର କରିବା ପରେ ବନବିଭାଗ ପାଞ୍ଚଗଡ଼ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ସୂଚନା ଦେଇଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.