ଭଞ୍ଜନଗର,୧୧/୧୧(ପିପିଟି): ଭଞ୍ଜନଗର ସହର ମୁଖ୍ୟ ରାସ୍ତାରେ ଥିବା ଟାଉନ ହଲ ପରିସରରେ ଶୁକ୍ରବାର ଏକ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଉଦ୍ୟମରେ ଭୁବନେଶ୍ୱର ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ଏହି ଶିବିରର ଆୟୋଜନ କରାଯାଇଥିଲା। ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏଠାରେ କାର୍ଡିଓଲୋଜି,ମେଡ଼ିସିନ, ଅର୍ଥପେଡ଼ିକ,ଡେଣ୍ଟାଲ ବିଭାଗ ସହ ରକ୍ତ, ସୁଗର ଏବଂ ରକ୍ତଚାପ ପରୀକ୍ଷା କରାଯାଇଥିଲା। ବିଭିନ୍ନ ବିଭାଗର ଡାକ୍ତର, କର୍ମଚାରୀ ଉପସ୍ଥିତ ଥିଲେ। ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ ରୋଗୀ ଏଠାରେ ଉପକୃତ ହୋଇଥିଲେ। ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର ମାନେ ଏଥିରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )