ମାଗଣା ଚକ୍ଷୁ ଚିକିତ୍ସା ଶିବିର; ୫୨ରୋଗୀ ଉପକୃତ ।

0 270

ଭଞ୍ଜନଗର,୧୫/୦୭(ପିପିଟି):ଭଞ୍ଜନଗର ବ୍ଲକ ବ୍ରାହ୍ମଣ ପଦର ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଓ ସମର ଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ମୋଟ ୫୨ଜଣ ଚକ୍ଷୁ ରୋଗୀଙ୍କ ଚିକିତ୍ସା କରାଯାଇଥିଲା।ସେଥି ମଧ୍ୟରେ ୨୧ଜଣଙ୍କ ପରଳ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା। ଚିକିତ୍ସାଳୟର ଶିବିର ପରିଚାଳକ ଚିତ୍ରସେନ ଗୌଡ଼ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରିଥିଲେ।ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀଙ୍କ ସମେତ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଅରକ୍ଷିତ ପରିଛା, ପ୍ରଦୀପ ଜେନା,ପ୍ରିୟଙ୍କା ଦୋରା, ଶାନ୍ତିଲତା ପ୍ରଧାନ,ମହନ୍ତ, ମୁକେଶ,ସଂଗ୍ରାମ ଏବଂ ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.