ଉଲୁଣ୍ଡା,୧୬/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କାଦୋଦର ମା ଉମାଦେବୀ ଆଞ୍ଚଳିକ କଲେଜ ଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର, ସୁବର୍ଣ୍ଣପୁର ଅନୁକୂଲ୍ୟରେ ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ଖାଉଟି ଦିବସ ପାଳିତ ହୋଇଯାଇଛି । ଇଂରାଜୀ ଅଧ୍ୟାପକ ସୁଶାନ୍ତ ଦେହୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଖାଉଟି ପରାମର୍ଶଦାତା ସୁଦାମ ଗାଈଗାରିଆ ଅତିଥି ପରିଚୟ କରିଥିଲେ । ମା ଉମାଦେବୀ ଆଞ୍ଚଳିକ କଲେଜ ଅଧ୍ୟକ୍ଷ ବଲ୍ଲଭ ପୁରୋହିତ ମଞ୍ଚ ପରିଚାଳନା କରିଥିବାବେଳେ କାଦୋଦର ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ପାଢି ମୁଖ୍ୟ ଅତିଥି ଏବଂ ପଞ୍ଚାୟତ ସମିତି ସଭ୍ୟ ସଂଜୀବ କୁମାର ଦେହୁରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସହକାରୀ ଖାଦ୍ୟ ଯୋଗଣ ଅଧିକାରୀ ପ୍ରଣତି ପୃଷ୍ଟି ଓ ଲଳିତ ମହନ ପଟ୍ଟନାୟକ ନାୟକ ଯୋଗଦେଇ ବିଶ୍ୱ ଖାଉଟି ଦିବସ ଉପରେ ଆଲୋକପାତ କରି ଖାଉଟି ମାନଙ୍କ ଅଧିକାର ଉପରେ ମତ ରଖିଥିଲେ । ପ୍ରକଳ୍ପ ସଂଯୋଜକ ସରୋଜ କୁମାର କରଣ ଆୟୋଡିନ ଏବଂ ତାର ଉପକାରିତା ଓ ଆବଶ୍ୟକତାର ବିଶେଷ ବିବରଣୀ ପ୍ରଦାନ କରିଥିଲେ । ଅର୍ଥନୀତି ଅଧ୍ୟାପକ ଵାଳମକୁନ୍ଦ ବାରିକ, ନିତ୍ୟାନନ୍ଦ ମିଶ୍ର, ଅଧ୍ୟାପିକା ସାଧନା ମେଲ୍ଲି, ରଂଜିତା ମିଶ୍ର, ନରୋତ୍ତମ କର୍ମୀ, ସୁଶାନ୍ତ ମିଶ୍ର, ଯୋଗୀନ୍ଦ୍ର ପଧାନ ଏବଂ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ଶେଷରେ ଆଇଟି ଅଧ୍ୟାପକ ତଥା ଯୁବ ରେଡ଼କ୍ରସ କାଉନସିଲର ଉଦ୍ଧବ ପଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )
Next Post