ମାଁ ଉମାଦେବୀ ଆଞ୍ଚଳିକ କଲେଜରେ ଯୁବ ରେଡକ୍ରସ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 221

ଉଲୁଣ୍ଡା ,୧୨/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ମାଁ ଉମାଦେବୀ ଆଞ୍ଚଳିକ କଲେଜ ଠାରେ ଯୁବ ରେଡକ୍ରସ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ତଥା ଯୁବ ରେଡକ୍ରସ କାଉନସେଲର ଉଦ୍ଧବ ପଧାନ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ବଲ୍ଲଭ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଅଧ୍ୟାପକ ନିତ୍ୟାନନ୍ଦ ମିଶ୍ର,ସୁଶାନ୍ତ ଦେହୁରୀ, ବାଳମକୁନ୍ଦ ବାରିକ, ନିତ୍ୟାନନ୍ଦ ମିଶ୍ର , ଅଧ୍ୟାପିକା ସାଧନା ମେଣ୍ଡିଲି, ରଂଜିତା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ ର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ l ଏହି ଅବସର ରେ କଲେଜ ପରିସର ରେ , ନିମ୍ବ, ଆମ୍ବ,ଜାମୁ,ପଣସ, ଅଁଳା ଆଦି ଚାରା ରୋପଣ କରା ଯାଇଥିଲା । ଶମ୍ଭୁ ପ୍ରସାଦ ଭୋଇ, ନରୋତ୍ତମ କର୍ମୀ, ଯୋଗୀନ୍ଦ୍ର ପଧାନ, ସୁଶାନ୍ତ ମିଶ୍ର, ବାଦଲ ଦେହୁରୀ, ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.