ମହିଳା ଶକ୍ତି ସେବା ଟ୍ରଷ୍ଟର ଜିଲ୍ଲା ସ୍ତରୀୟ ସମିଳନୀ;ରିଲିଜ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ଖୁସି ଆଣିଦେଲା ମହିଳା ଶକ୍ତି ।
ବ୍ରହ୍ମପୁର, ୨୯/୦୮(ପିପିଟି); ଗଞ୍ଜାମ ଜିଲ୍ଲା ମହିଳା ଶକ୍ତି ସେବା ଟ୍ରଷ୍ଟ ତରଫରୁ ଏକ ଜିଲ୍ଲା ସ୍ତରୀୟ ସମିଳନୀ ବ୍ରହ୍ମପୁର ଲୋଚାପୋଡ଼ା ରୋଡ଼ ଆଶିର୍ବାଦ କ୍ରିଏସନ ଠାରେ ମହା ସମାରୋହରେ ସମାପନ ହୋଇଛି। ବିଭିନ୍ନ ଲୋକ ନୃତ୍ୟ ସହ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲା ଅଧ୍ୟକ୍ଷ ତଥା ରାଜ୍ୟ ଉପସଭାପତି ଡ. ରାମକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଅଧ୍ୟକ୍ଷ ଜୟକୃଷ୍ଣ ପଟ୍ଟନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ରୂପେ ରାଜ୍ୟ ଅଧ୍ୟକ୍ଷ ଡ଼.ପ୍ରଭାତ କୁମାର ବାରିକ,ସମ୍ମାନିତ ଅତିଥି ଭାବେ ରାଜ୍ୟ ଅଧ୍ୟକ୍ଷା ଡ଼. ମାଳତୀ ବାରିକ, ରାଜ୍ୟ ସଂଯୋଜକ ଇ. ପ୍ରଦୀପ ପ୍ରଧାନ, ପୁରୀ ଅଧ୍ୟକ୍ଷ ସତ୍ୟ ରଞ୍ଜନ ମିଶ୍ର, ରାଜ୍ୟ କର୍ମକର୍ତ୍ତା ଗୋପାଳ ଚନ୍ଦ୍ର ମିଶ୍ର ଯୋଗ ଦେଇ ପ୍ରଦୀପ ପଜ୍ୱଳନ କରିଥିଲେ। ଭଞ୍ଜନଗର ମହିଳା ଶକ୍ତିର ସଦସ୍ୟା ମାନେ ବେଦ ପାଠ କରିଥିଲେ।ଆଗାମୀ ଦିନରେ ବିଧବା ମାନଙ୍କ ଉନ୍ନତି ନିମନ୍ତେ ମହିଳା ଶକ୍ତିର ନୂତନ କର୍ମକର୍ତ୍ତା ଚୟନ ଓ ସେମାନଙ୍କ କାର୍ଯ୍ୟପନ୍ଥା ସମ୍ପର୍କରେ ଅତିଥିମାନେ ନିଜ ନିଜର ମତ ଦେଇଥିଲେ। ଏହି ଅବସରରେ ଭଞ୍ଜନଗର ଟିମ ତରଫରୁ ସାମ୍ବାଦିକ ତଥା ନାଟ୍ୟକାର, ନିର୍ଦ୍ଦେଶକ ଜୟକୃଷ୍ଣ ପଟ୍ଟନାୟକଙ୍କ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଖୁସି ଆଣିଦେଲା ମହିଳା ଶକ୍ତି ରିଲିଜ ହୋଇଛି।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ, ଏନ୍ଏସି ଓ ଅନ୍ୟାନ୍ୟ ଜିଲ୍ଲାର କର୍ମକର୍ତ୍ତା ଯୋଗ ଦେଇଥିଲେ।ଶେଷରେ ବିଭୂପାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଓ ବନ୍ଦିତା ଦେବୀ, ସୁନିତା ପଟ୍ଟନାୟକ,ସଙ୍ଗିତା ମୁନୀ, ଅଭିମନ୍ୟୁ ପ୍ରଧାନ,ଚିନ୍ମୟ ବେବର୍ତ୍ତା,ପ୍ରଶାନ୍ତ କୁମାର ପାଢୀ,ନିଗମାନନ୍ଦ ପାତ୍ର, ସନ୍ତୋଷ ଗୌଡ଼ ଓ ଅନ୍ୟ ମାନେ ଏଥିରେ ସହଯୋଗ କରିଥିଲେ।