ମହିଳା ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ।

0 296

ବେଲଗୁଣ୍ଠା,୦୧/୧୨(ପିପିଟି): ଆଜି ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତା ରେ ବିଶ୍ଵ ଏଡ଼ସ ଦିବସ ପାଳନ ହୋଇଯାଇଅଛି । ଏହି ଅବସରରେ ଅଧ୍ୟକ୍ଷା ଉପସ୍ଥିତ ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ଆବଶ୍ୟକତା ବିଷୟ ବୁଝାଇଥିଲେ। ବିଶ୍ଵ ସ୍ତରରେ ଏହିଭଳି କାର୍ଯ୍ୟକ୍ରମ ପାଳନ କରାଯାଉଥିବାରୁ ଏକ ମହତ ଉଦ୍ଦେଶ୍ୟ ଲୁଚି ରହିଛି ବୋଲି ମତ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତ ସ୍କାଉଟ ଏଵଂ ଗାଇଡ ଟିମ୍ ରେଞ୍ଜର ଲିଡର ଗିତାଶ୍ରୀ ସାମନ୍ତଙ୍କ ଦ୍ଵାରା ଗଠନ କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷା ନବନିର୍ମିତ ୧୮ ଜଣ ରେଞ୍ଜର ମାନଙ୍କୁ ସ୍କାର୍ଫ, ଓଗୋଲ ଏଵଂ ବେଲ୍ଟ ଦେଇ ସମାଜର ଜାଗ୍ରତ ପ୍ରହରୀ ହେବା ପାଇଁ ପ୍ରତିଜ୍ଞା କରାଇଥିଲେ। ଶେଷରେ ରେଞ୍ଜର ମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରି ସଚେତନ ବାର୍ତ୍ତା ପ୍ରସାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ନିମନ୍ତେ ଶିବବ୍ରତ ପାଣିଗ୍ରହୀ, ରୁବିନା ପରିଡ଼ାଙ୍କ ସମେତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.