ମହିଳା ଫର୍ମାସିଷ୍ଟଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଲେ ବିଧାୟକ ।

0 251

ମାଲକାନଗିରି,୦୮/୧୦(ପିପିଟି): ସରକାରୀ ଚାକିରୀ ଖଣ୍ଡେ ମିଳିଗଲେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାଁନ୍ତି,ସରକାରୀ କର୍ମଚାରୀ।ନିଜକୁ ଭାବନ୍ତି ସର୍ବେ ସର୍ବା, ନିଜକୁ ସାଧାରଣ ଜନତାଙ୍କ ସେବା ପାଇଁ ମାସିକ ଦରମା ପ୍ରଦାନ କରାଯାଉଛି ବୋଲି ଚିନ୍ତା କରିବା ଆବଶ୍ଯକ। ମିଳିଥିବା ଦରମା ଗଣ୍ଡିକୁ ସାଧାରଣ ଜନତାଙ୍କ ଟ୍ଯାକ୍ସରେ ଆସିଥାଏ। ତେବେ ସରକାରୀ କର୍ମଚାରୀ ଜନତାଙ୍କ ସେବା କରିବା ବଦଳରେ ନିଜକୁ ଶାସନ କର୍ତ୍ତା ବୋଲି ବିବେଚନା କରିଥାନ୍ତି। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ହସପିଟାଲରେ। ବିଜେଡି ନେତାଙ୍କୁ ଉପରେ ବର୍ଷିଲେ, ଦୁର୍ବ୍ୟବହାର କଲେ, ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ବି କଲେ । ମାଲକାନଗିରି ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ମହିଳା ଫାର୍ମାସିଷ୍ଟ ପ୍ରାଚୀପ୍ରଭା ବେହେରାଙ୍କ ଏଭଳି ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଦଶହରା ଦିନ ବରିଷ୍ଠ ବିଜେଡି ନେତା ତଥା ମାଲକାନଗିରି ପୌର ପରିଷଦର ପୂର୍ବତନ କାଉନସିଲର ବି. ବାଲାରାଜୁ ନିଜ ସାହିର ଜଣେ ରୋଗୀଙ୍କୁ ନେଇ ଡାକ୍ତରଖାନାକୁ ଯାଇଥିଲେ । ଆଉ ସେହି ସମୟରେ ଫାର୍ମାସିଷ୍ଟ ଉପସ୍ଥିତ ନଥିବାରୁ ଏମାନଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ନିଜ ହିତାହିତ ଜ୍ଞାନ ଭୁଲି ଯାଇ ଜଣେ ବୟସ୍କଙ୍କୁ ଏପରି ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ଘଟଣାକୁ ଅତି ଗୁରୁତର ସହ ଗ୍ରହଣ କରିଛି ବିଜେଡି । ଚିତ୍ରକୋଣ୍ଡା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବାକା ଏନେଇ ସିଡିଏମଓଙ୍କ ସହ ବୈଠକ କରିଥିବା ବେଳେ ମହିଳା ଫାର୍ମାସଷ୍ଟଙ୍କୁ ସ୍ୱାଭିମାନଞ୍ଚଳ ସ୍ଥିତ ଯୋଡାମ୍ବ ବଦଳି କରିବା ଲାଗି ସିଡିଏମଓଙ୍କୁ କହିଛନ୍ତି ବିଧାୟକ ।
ଅନ୍ୟ ପକ୍ଷରେ ଶାଳିନତା ନଥିବା ଫର୍ମାସିଷ୍ଟଙ୍କୁ ପ୍ରଥମେ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ବିଜେଡି କର୍ମୀମାନେ ଅଡି ବସିଥିବା ବେଳେ କେବଳ ବଦଳି ପାଇଁ ନିଷ୍ପତ୍ତି ଯୋଗୁଁ ବିଜେଡି ମହଲରେ ଅସନ୍ତୋଷ ଦେଖା ଦେଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.