ମହିଳା ପୁଲିସ ଅଧିକାରୀ ଓ କନେଷ୍ଟବଳ ପ୍ଲାଜମା ଦାନ କଲେ ।

0 390

ଫୁଲବାଣୀ,୨୪/୦୯(ପିପିଟି); ଫୁଲବାଣୀ ଟାଉନ ଥାନା ମହିଳା ଅଧିକାରୀଣୀ ବିଦ୍ୟା ଭାରତୀ ଓ କନେଷ୍ଟବୁଲ ଜୟନ୍ତ ଭଦ୍ରା କଟକ ଏସସିବି ମେଡ଼ିକାଲ ରେ ପ୍ଳାଜମା ଦାନ କରି କନ୍ଧମାଳ ପୋଲିସ ପାଇଁ ଗୈରବ ଆଣଦେଇଛନ୍ତି । ବିଦ୍ୟା ଭାରତୀ ରାଜ୍ୟର ପ୍ରଥମ ମହିଳା ଅଧିକାରୀଣି ପ୍ଳାଜମା ଦାନ ନେଇ ବୋଲି ସୁଚନା ମିଳିଛି । ସେ ଫୁଲବାଣୀ ଟାଉନ ଥାନାରେ କାଯ୍ୟରତ ଥାଇ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ହୋଇ ଭଲ ହେବାପରେ କାର୍ଯ୍ୟରେ ଯୋଗ ଦେଇଥିଲେ । ବର୍ତ୍ତମାନ ଏହିଭଳି ମହାତକାମ କରି ବିଭାଗ ପାଇଁ ପ୍ରେରଣାଦାଇନି ହୋଇଛନ୍ତି ।କନ୍ଧମାଳ ପୋଲିସ ଏହି। ଦୁଇ ପ୍ଳାଜମା ଦାନକାରୀଙ୍କୁ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି ।ଜିଲ୍ଲାପାଳ ଡି ବୃନ୍ଦା ଓ ଏସପି ବିନିତ ଅଗ୍ରୱାଲ ଏ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହିଭଳି ମହତକାମ ପାଇଁ ସହରର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । (ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.