ମହିଳା କୁସ୍ତି ଯୋଦ୍ଧାଙ୍କ ସହିତ ଆମ୍ ଆଦମୀ ପାର୍ଟି ।

0 245

ବୋଲଗଡ଼,୨୩/୦୫(ପିପିଟି):ଦେଶ ପାଇଁ କୁସ୍ତି ଲଢି ପଦକ ଜିତୁ ଥିବା ମହିଳା କୁସ୍ତିଯୋଦ୍ଧା ମାନେ କୁସ୍ତି ସଂଘ ର ସଭାପତି ତଥା ବିଜେପି ର ସାଂସଦ ବ୍ରିଜ ଭୁଷଣ ସିଙ୍ଘଙ୍କ ବିରୋଧରେ ଯୌନ ନିର୍ଯାତନା ର ଅଭିଯୋଗ ଆଣି ନ୍ୟାୟ ପାଇଁ ଦୀର୍ଘ ୩୦ ଦିନ ଧରି ଜନ୍ତର ମନ୍ତର୍ ଠାରେ ଧାରଣାରେ ବସି ଛନ୍ତି। ସେମାନଙ୍କ ସମର୍ଥନରେ ଆମ୍ ଆଦମୀ ପାର୍ଟି ବେଗୁନିଆ ବୋଲଗଡ଼ ର ସଭାପତି କଳ୍ପତରୁ ପଣ୍ଡାଙ୍କ ନେତୃତ୍ବରେ ବେଗୁନିଆ ବ୍ଲକ୍ ଅନ୍ତର୍ଗତ ବାଘମାରୀ ଗ୍ରାମ ପଞ୍ଚାୟତ ପଣସ ବସ୍ତ ଠାରେ ଏକ ମହିଳା ମାନଙ୍କ ସଭା ଆୟୋଜିତ କରା ଜାଇ ଥିଲା। ଯେଉଁ ଥିରେ ସମସ୍ତ ମହିଳା ଦୃଢ ଭାବେ ଘଟଣାକୁ ନିନ୍ଦା କରିବା ସହ ମହିଳା କୁସ୍ତିଯୋଦ୍ଧା ମାନଙ୍କୁ ନ୍ୟାୟ ଦାବୀ କରି ଥିଲେ। ଆଗାମୀ ଦିନରେ ପ୍ରତି ପଞ୍ଚାୟତ ରେ ଏହୀ ଆନ୍ଦୋଳନକୁ ପ୍ରସାର କରା ଯିବାର ଆମ୍ ଆଦମୀ ତରଫରୁ ଲକ୍ଷ୍ୟ ରଖା ଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.