ବେଲଗୁଣ୍ଠା,୦୨/୦୩(ପିପିଟି);ଆଜି ବେଲଗୁଣ୍ଠା ସହରରେ ମୁଖ୍ୟ ରାସ୍ତା ତଥା ଜଗନ୍ନାଥ ପ୍ରସାଦ ଛକ ନିକଟରେ ଜଣେ ମହିଳାଙ୍କ ଠାରୁ ଦୁଇ ଜଣ ପଲସରଧାରୀ ଦୁର୍ବୁର୍ତ୍ତ ସୁନା ମାଳି ଝାମ୍ପି ନେଇଥିବା ଜଣାପଡିଛି । ମହିଳା ଜଣକ ହେଲେ ସନ୍ତୋଷିନୀ ପ୍ରଧାନ(୩୭) । ସେ ଓ ତାଙ୍କ ସ୍ୱାମୀ ଅଶୋକ ପ୍ରଧାନ ତାଙ୍କ ଘର ଆସ୍କା ଜି.ଦାମୋଦର ପଲ୍ଲୀ ଠାରୁ ଭଞ୍ଜନଗର ଏକ ଭୋଜିକୁ ଆସିଥିଲେ । ଭଞ୍ଜନଗରରୁ ଆସି ଅଲାଡି ଜଣେ ବନ୍ଧୁ ଘରକୁ ଯିବା ପାଇଁ ବେଲଗୁଣ୍ଠାରେ ମିଠା କିଣିବା ପାଇଁ ଅଟକି ଥିଲେ । ସନ୍ତୋଷିନୀ ଛକରେ ଅପେକ୍ଷା କରିଥିବା ବେଳେ ଅଶୋକ ସେଠାରେ ଥିବା ଏକ ମିଠା ଦୋକାନରେ ମିଠା କିଣୁଥିଲେ । ଏହି ସମୟରେ ଏକ ନୀଳ ଓ କଳା ମିଶା ପଲସର ବାଇକରେ ଦୁଇଜଣ ଦୁର୍ବୁର୍ତ୍ତ ଆସି ସନ୍ତୋଷିନୀକୁ ଧକ୍କା ଦେଇ ତାଙ୍କ ବେକରେ ଥିବା ଏକ ବାଙ୍କ ପତିରୀ ସୁନା ମାଳୀ ନେଇ ଜଗନ୍ନାଥ ପ୍ରସାଦ ଆଡକୁ ଦ୍ରୁତ ଗତିରେ ଚାଲିଯାଇଥିଲେ । ସନ୍ତୋଷିନୀ ପାଟି କରିବାରୁ ତାଙ୍କ ସ୍ୱାମୀ ଓ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ସନ୍ତୋଷିନୀକୁ ଉଦ୍ଧାର କରିଥିଲେ ।ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭି ରେ ଦୁର୍ବୁର୍ତ୍ତ ମାନଙ୍କ ବିଷୟରେ ସୂଚନା ମିଳିପାରିବ ବୋଲି ଜଣାପଡିଛି ।ବେଲଗୁଣ୍ଠ । ଥାନା ଠାରୁ ମାତ୍ର ୨ଶହ ମିଟର ଦୂରରେ ଘଟିଯାଇଛି ଏହି ଅଘଟଣ ସାଧାରଣ ରେ ଆଲୋଚନା ଯେ ଲୁଟେରା ଦୁଇଙ୍କ କିପ୍ରକାର ଦୁଃ ସାହସ।କିଛି ଦିନର ନୀରବତା ପରେ ପୁଣି ଅସାମାଜିକ କାର୍ଯ୍ୟ ଘଟାଇବାପାଇଁ ପ୍ରସ୍ତୁତ ହେଉଛନ୍ତି ଦୁର୍ବୃତ୍ତ । ଏହା ଏବେ ପ୍ରଶାସନକୁ ଖୋଲା ଚଲେଞ୍ଜ। ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣା ଯାଉଛି ।ଥାନା କେସ୍ ନଂ-୪୧୵୨୧ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା।)