ମହିଳାଙ୍କ ଚକ୍ଷୁ ଦାନ କରି ଉଦାହରଣ ସୃଷ୍ଟି କଲେ ପରିବାର ।

0 308

ସାନଖେମୁଣ୍ଡି,୨୪/୦୧(ପିପିଟି); ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ଚକ୍ଷୁ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଚକ୍ଷୁ ଦାନ ଭଳି ମହତ କାମ କରି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡା ଗ୍ରାମର ଏକ ପରିବାର ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କୋଙ୍କରଡ଼ା ଗ୍ରାମର ଜାମୁନି ସେଠୀ ନାମକ ଜଣେ ମହିଳାଙ୍କର ଉଚ୍ଚ ରକ୍ତ ଚାପରେ ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଜାମୁନିଙ୍କ ଚକ୍ଷୁ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହଯୋଗ ନେଇଥିଲେ । ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସହଯୋଗରେ ତାଙ୍କ ଚକ୍ଷୁ ଦାନ କରାଯାଇଛି । ପରିବାର ଲୋକଙ୍କ ଏଭଳି ମହତ୍ କାମ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.