ବୋଲଗଡ଼,୩୧/୦୩(ପିପିଟି): ମହାଯୋଗୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଓଡ଼ିଶାବାସୀଙ୍କ ମଧ୍ୟରେ ତାଙ୍କ ଦର୍ଶନକୁ ପ୍ରସାର କରିବା ଉଦ୍ଦେଶ୍ୟରେ ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ନୟାଗଡ଼ ପୁରୀ ମାର୍ଚ୍ଚ ୨୯ ରୁ ଅପ୍ରେଲ ୪ ତାରିଖ ସାତ ଦିନ ବ୍ୟାପି ଅତିମାନସ ଜାଗରଣ ଯାତ୍ରା ଅନୁଷ୍ଠିତ ହେଉଅଛି ଏହି ଯାତ୍ରା ବୋଲଗଡ ଠାରେ ଅପରାହ୍ନ ଘ ୪ :୩୦ ମି ଘଟିକାରେ ପହଞ୍ଚି ଥିଲେ, ଏହି ଅବସରରେ ବୋଲଗଡ ଶୀଅରବିନ୍ଦ ଦିବ୍ୟଜ୍ୟୋତି ଆଶ୍ରମର ଅଷ୍ଟମ ତମ ବାର୍ଷିକ ଶ୍ରୀ ଅରବିନ୍ଦ ପାଠଚକ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ୫ଘଣ୍ଟିକା ସମୟରେ ଏହି ଅତିମାନସ ଚେତନା ଜାଗରଣ ଯାତ୍ରା ରାଜସୁନାଖଳା ଅଭିମୁଖେ ବାହାରିଥିଲା।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)