ମାଲକାନଗିରି,୩୧/୦୫(ପିପିଟି): ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ତରଫ ରୁ +୩ ଛାତ୍ର ଛାତ୍ରୀ ଓ +୨ ଶେଷ ବର୍ଷ ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ନିରାଡମ୍ବର ପୂର୍ଣ୍ଣ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଡ. ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଶୁଭ ଆଶୀର୍ବାଦ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ବାଣିଜ୍ୟ ବିଭାଗର ପୂର୍ବତନ ଛାତ୍ର ରବି ରାଜେଶ ଉପସ୍ଥିତ ରହି ସାନ ଭାଇ ଭଉଣୀମାନଙ୍କୁ ବଡ ସପ୍ନ ଦେଖିବା ସହ କଠିନ ପରିଶ୍ରମ ବଳରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମେଘା ଅଗ୍ରୱାଲ, ଦୀପ୍ତି ରେଖା ମିଶ୍ର, ବି. ଗୁପ୍ତେଶ୍ୱର ରାଓ ଏବଂ ସ୍ନିଗ୍ଧା ସର୍ଦାର ସଫଳ କରିବା ପାଇଁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ପ୍ରଥମେ ନୀଳମ ହାଲଦାର, ସୁମନ ରାଠି, ଭି.ନେହା ରାଜୁ, ଗାୟତ୍ରୀ ପାତ୍ର ଏବଂ ମଞ୍ଜୁ ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ । ପ୍ରଥମେ ବାଣିଜ୍ୟ ବିଭାଗର ଠାକୁର ମା’ ଲଷ୍ମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହି ଅବସରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନବ ନିଯୁକ୍ତ ଅଧ୍ଯାପିକା ଆରତୀ ଲୁଗୁନଙ୍କୁ ପୁଷ୍ପ ଗୁଛ ସହିତ ଉତ୍ତରୀୟ ଦେଇ
ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁଧୀର ସାନା, ହରି ଏସ୍ଲାବତ, ଋଷିକେଶ ବେହେରା, ଦର୍ଶନ ଜୈନ, ଶିବା ହୀରା, ରିଶବ ଜୈନ, ମହାବୀର ଜୈନ, ମନିଷ ଗୋୟଲ, ଶେଖ ସାହା, ଶେଖ ନାଜିର, ସୁପ୍ରିୟା ପାଣିଗ୍ରାହୀ, କନିକା ହାଲଦାର, ଜଗନ ମହାପାତ୍ର, ଆଦିତ୍ୟ ପାଢ଼ୀ, ଅମିତ ଅଧିକାରୀ, ବିଶାଳ ଜୈନ, ସସ୍ମିତା ଖିଲ, ସଂଯୁକ୍ତା ରିଗମ, କାଭ୍ୟା ମୁର୍ମୁ ପ୍ରମୁଖ ଭାବିଷ୍ୟତରେ କିପରି ମାଲକାନଗିରି ମହାବିଦ୍ୟାଳୟର ନାମକୁ ସୁନାମ କରି ପାରିବେ ସମସ୍ତେ ଶପଥ କରିଥିଲେ । ସଭା ଶେଷରେ ଅଧ୍ଯାପକ ବି. ଗୁପ୍ତେଶ୍ୱର ରାଓ,ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post