ରଣପୁର,୦୩/୦୭(ପିପିଟି):ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ସ୍ମୃତି କମିଟି ତରଫରୁ ଆଜି ରଣପୁର ମାଟିର ଯୋଗ୍ୟ ସନ୍ତାନ,ମହାନ ବିପ୍ଲବୀ, ଜନମାନସର ଦରଦୀ ବନ୍ଧୁ ,ବିପ୍ଲବୀ କବି ତଥା ରଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସାଥୀ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟଙ୍କ ୭୮ ତମ ଜନ୍ମ ଜୟନ୍ତୀ ଦିବସରେ ରଣପୁର କଲ୍ୟାଣି ମଣ୍ଡପ ଠାରେ ସାଥୀ ହରିଶ୍ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ଏକ କବିତା ଆସର ପ୍ରଫେସର ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ଆଲୋଚନା ଚକ୍ରରେ “କରୋନା ମହାମାରୀ -ଜୀବନ ଜୀବିକା ସଂଘର୍ଷରେ ରେ ଜନଗଣ” ଶୀର୍ଷକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ରାଜ୍ୟର ବରିଷ୍ଠ ବାମପନ୍ଥୀ ନେତା ସାଥୀ ଜଗନ୍ନାଥ ମିଶ୍ର ମହାମାରୀ କରୋନା ର ପ୍ରଭାବରେ ବିଶ୍ୱରେ ତଥା ଦେଶରେ ଲକ୍ଷ ଲକ୍ଷ ଜନଗଣ ମୃତ୍ୟୁ ମୁଖରେ ପଡିଥିଲା ବେଳେ ଜୀବନ ଜୀବିକା ସମ୍ପୂର୍ଣ୍ଣ ହରାଇଛନ୍ତି ।ଏଭଳି ପରିସ୍ଥିତିର ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି। ସେହିଭଳି କିଛି ପରିସ୍ଥିତି ଦେଶର ପୁଞ୍ଜି ପତି ମାନଙ୍କ ଲାଭ ପାଇଁ ଦେଶର ସରକାର କରିବାବେଳେ କୋଟି କୋଟି ଶ୍ରମିକ କର୍ମଚାରୀ କାମ ହରାଇ ସର୍ବନାଶ ହୋଇଥିଲା ବେଳେ ଆଦାନୀ ଆମ୍ବାନୀ ଭଳି ବହୁଜାତୀୟ ପୁଞ୍ଜି ପତି ମାନେ ସର୍ବାଧିକ ଲାଭ ପାଇଛନ୍ତି ବୋଲି କହିଥିଲେ। ସାଧାରଣ ଲୋକ ଅଦ୍ୟାବଧି ଆକାଶଛୁଆଁ ଦର ବୃଦ୍ଧି ର ଶିକାର ହେଉଛନ୍ତି। ସେହିଭଳି ସାଥୀ ବିଶ୍ୱନାଥ ମହାପାତ୍ର ଓ ସାଥୀ ଶରତ ବେହେରା ମଧ୍ୟ ଜନ ଜୀବନର ପରିଣତି ସମ୍ପର୍କରେ କହିବା ସହ ସରକାରଙ୍କ ପଦକ୍ଷେପ କୁ ଦାୟୀ କରିଥିଲେ।ଯା ଫଳରେ ଦେଶର ଜନତା ଆଜି ସଙ୍କଟ ପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି।ସେହି ପ୍ରବାଦ ପୁରୁଷ ପୂର୍ଣ୍ଣ ବାବୁ ସେହି ଜନତାର ଅଧିକାର ପାଇଁ ଲଢୁଥିଲେ । ଏହି ସଙ୍କଟ ରେ ଯଦି ଆମେ ଜନ ଜୀବନର ସୁରକ୍ଷା ଲଢ଼ିବା ତେବେ ତାଙ୍କ ପାଇଁ ଶେଷ ସନମାନ ହେବ ବୋଲି ବକ୍ତା ମାନେ କହିଥିଲେ। ଏହି ପରିପ୍ରେକ୍ଷୀ ରେ ସାଥୀ ସୁରେଶ ସ୍ବାଇଁ,ନିତ୍ୟାନନ୍ଦ ପରିଡା ଓ ଦୁଃଶାସନ ଜେନା ତାଙ୍କର ବକ୍ତବ୍ୟ ରଖିଥିଲେ।ଏହି ପରିପ୍ରେକ୍ଷୀ ରେ ଅନୁଷ୍ଠିତ କବିତା ଆସରରେ ସ୍ୱରଚିତ କବିତା ନବକିଶୋର ସାମନ୍ତରାୟ,ନିଳାଡରି ସୁବୁଦ୍ଧି, କବୟିତ୍ରୀ କଳ୍ପନା ରଥ, ଜ୍ୟୋତି ରଞ୍ଜନ ଦାଶ,ମହେନ୍ଦ୍ର ସାହୁ, ମନୋଜ ପାତ୍ର ପ୍ରମ୍ମୁଖ କବିତା ପାଠ କରିଥିଲେ। ପରିଶେଷରେ ସତ୍ୟନାରାୟଣ ନାୟକ ଓ ନବକିଶୋର ବାରିକ ଦୁହେଁ ଦାସକାଠିଆ ଲୋକ କଳା ମାଧ୍ୟମରେ ସମାଜକୁ ଶିକ୍ଷା ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନିସହ ଲୋକ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପାର୍ଟିର ବରିଷ୍ଠ ୧୧ ଜଣଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)