ମହାନ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ।

0 90

ଜଗତସିଂହପୁର,ତା:୨୧/୦୪(ପିପିଟି); ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ଆସାମର ପୂର୍ବତନ ରାଜ୍ୟପାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ,ବିଶିଷ୍ଟ ସାହିତ୍ୟିକ ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଜଗତସିଂହପୁରଠାରେ ଜାନକୀବଲ୍ଲଭ ସ୍ମୃତି କମିଟି ପକ୍ଷରୁ ପାଳିତ ହୋଇଯାଇଛି।
ଜାନକୀବଲ୍ଲଭ ସ୍ମୃତି କମିଟି ସମ୍ପାଦକ ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ନଗର କଂଗ୍ରେସ କାର୍ଯ୍ଯକାରୀ ସଭାପତି ପ୍ରଦିପ୍ତ କୁମାର ସାହୁ,ବିଶିଷ୍ଠ କଂଗ୍ରେସ ନେତା ପ୍ରସନ୍ନ କୁମାର ସାମନ୍ତରାୟ, ଜିଲ୍ଲା ସେବାଦଳ ସଭାପତି ଡକ୍ଟର ଜଗଦାନନ୍ଦ ବେହେରା,ଛାତ୍ରନେତା କୃଷ୍ଣଚନ୍ଦ୍ର ପ୍ରଧାନ,ପ୍ରବୀର କୁମାର ପରିଜା,ଲିପୁ ମହାନ୍ତି, ସୌଭାଗ୍ଯ ରଂଜନ ବିଶ୍ବାଳ,ମହେଶ୍ବର ବିଶ୍ବାଳ,ଅଂଜନ ମହାନ୍ତି,ରମେଶ ବିଶ୍ବାଳ,ସୁବାସ ଚାନ୍ଦ, ଜିତେନ୍ଦ୍ର କୁମାର ବେହେରା,ସୁଭମ୍ ମହାନ୍ତି, ଇଂ ମାଧବାନନ୍ଦ ଗୋଛାୟତ ପ୍ରମୁଖ ଉପସ୍ଥିତ ରହି ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.