ବ୍ରହ୍ମପୁର,୧୯/୦୯(ପିପିଟି): ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ୍ ପକ୍ଷରୁ ଆସନ୍ତା ୨ ଅକ୍ଟୋବର ପବିତ୍ର ଗାନ୍ଧୀ – ଶାସ୍ତ୍ରୀ ଜି ଙ୍କ ଜୟନ୍ତୀ ଓ ସଂଘ୍ ର ୩୭ତମ ପ୍ରତିଷ୍ଠା ଦିବସ ଅବସରରେ ଗୋପାଳ ପୂର୍ ରୋଡ ସ୍ଥିତ ରାମଚନ୍ଦ୍ରପୁର ଗ୍ରାମ ବିଶ୍ଵ ନିକେତନ ପରିସରରେ ମେଧାବୀ ଗରିବ ବିଶ୍ଵବିଦ୍ୟାଳୟ ତଥା ମହାବିଦ୍ୟାଳୟ ଛାତ୍ରଙ୍କ ନିମନ୍ତେ ମାଗଣା ଛାତ୍ରାବାସ ଖୋଲିବା ନିମନ୍ତେ ଆଜି ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକ ରେ ନିଷ୍ପତ୍ତି ହୋଇଛି। ପୂର୍ବତନ ରାଷ୍ଟ୍ରପତି ଅବୁଦୂଳ କାଲାମ ମେମୋରିଆଲ ଛାତ୍ରାବାସ ନାମରେ ନାମିତ ଏହି ଛାତ୍ରାବାସ ରେ ରହିବା ନିମନ୍ତେ ଇଛୁକ ଛାତ୍ର ମାନେ ମହାନ୍ ସଂଘ୍ ହିଲପାଟଣା କାର୍ଯ୍ୟାଳୟ ସହ ଯୋଗା ଯୋଗ କରିବା ନିମନ୍ତେ ସାଧାରଣ ସମ୍ପାଦକ ପ୍ରଶାନ୍ତ ପାତ୍ର ଅନୁରୋଧ କରିଛନ୍ତି। ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହରିପ୍ରସାଦ ମାଳନା,ପ୍ରଦୀପ କୁମାର ପଣ୍ଡା, ହରିକୃଷ୍ନ ମିଶ୍ର, ପ୍ରକାଶ ଭାଜନି, ବିକ୍ରମ ସାବତ, ମଧୁସୂଦନ ସାହୁ,ସୁନନ୍ଦା ମହାପାତ୍ର, ଭାରତୀ ପାତ୍ର, ଭୀଷ୍ମଚାର୍ଯ୍ଯ ଚଉଧୁରୀଙ୍କ ସମେତ୍ତ ବହୁ ସଦସ୍ୟ ସଦସ୍ୟା ଆଲୋଚନାରେ ଅଂଶଗ୍ରଣ କରିଥିଲେ ।