ମହାନତା ଦେଖାଇଲେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରଥମବର୍ଷ ବିଜ୍ଞାନ ଛାତ୍ର।

0 284

ବୋଲଗଡ଼,୩୦/୦୩(ପିପିଟି ): ବୋଲଗଡ଼ରୁ କୋଚିଙ୍ଗ କ୍ଲାସ ସାରି ଘରକୁ ଫେରୁଥିବା ବେଳେ କାହାର ଏକ ମନିପର୍ସ ସହିତ ସବିଛିଣ୍ଣ ଅବସ୍ଥାରେ ଟଙ୍କା ଗୁଡ଼ିକ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।ସେହି ବାଟଦେଇ ଆସୁଥିବା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ପ୍ରଥମ ବର୍ଷର ବିଜ୍ଞାନ ଛାତ୍ର ପ୍ରିତମ ରଞ୍ଜନ ସ୍ୱାଇଁ ଓ ବିଶ୍ୱଜିତ ବେହେରା ଦୋୟ ଟଙ୍କା ଓ ମୂଲ୍ୟବାନ କାଗଜ ପତ୍ର ପାଇଥିଲେ । ଏହି ଖବର ପ୍ରିତମ ପ୍ରଥମେ ବୋଲଗଡ଼ ପ୍ରେସ କ୍ଲବର ସଭାପତି ପ୍ରସନ୍ନ ସ୍ୱାଇଁଙ୍କୁ ଜଣାଇବା ପରେ ।ମନିପର୍ଶ ରେ ଥିବା କାଗଜ ପତ୍ର ଯାଞ୍ଚ କଲାପରେ ଜାଣିବାକୁ ପାଇଥିଲେ ବୋଲଗଡ଼ ତୃତୀୟାପଡ଼ା ଗ୍ରାମର ରବିନ୍ଦ୍ର ଦତ୍ତଙ୍କ ଏହି ପର୍ଶ ବୋଲି ଜାଣିବାକୁ ପାଇଥିଲେ । ମନିପର୍ସ ରେ ୧୧ ହଜାର ୭ଶହ ୫୫ଟଙ୍କା ରହିବା ସହିତ ଏଟିଏମ୍ , ଡ୍ରାଇଭିଙ୍ଗ ଲାଇସେନ୍ସ ,ଗାଡ଼ିର ଆର ସି ପ୍ରଭୁତି ମୂଲ୍ୟବାନ କାଗଜ ପତ୍ର ରହିଥିଲା ।ଏହା ପରେ ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଗ୍ରୁପ ମାଧ୍ୟମରେ ନିଜର ମୋବାଇଲ ନମ୍ୱର୍ ଦେଇ ଜଣାଇ ଥିଲେ । ମାତ୍ର କିଛି ସମୟ ପରେ ରବିନ୍ଦ୍ର ପ୍ରିତମଙ୍କ ବାସ ଭବନ ରେ ପହଁଞ୍ଚି ନିଜର ଟଙ୍କା ଓ ପରିଚୟ ପତ୍ର ସହ କାଗଜପତ୍ର ଫେରସ୍ତ ପାଇଥିଲେ । ଏଥି ପାଇଁ ପ୍ରିତମ ଓ ବିଶ୍ୱଜିତ୍ ଙ୍କୁ କୃତ୍ୟଜ୍ଞାତା ଜଣାଇ ଥିଲେ । ଏଭଳି ଛାତ୍ରଙ୍କ ମାନବିକତା ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଚର୍ଚ୍ଚା ସାଉଁଟି ଛନ୍ତି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.