କୋଦଳା,୦୨/୧୦(ପିପିଟି):ପବିତ୍ର ଗାନ୍ଧୀଜୟନ୍ତୀ ଅବସର ରେ କୋଦଳା ଅଞ୍ଚଳ ପରିଷଦ ପକ୍ଷ ରୁ ୱାର୍ଡ ନମ୍ବର ୩ ଖଡୁରାନୂଆସାହି ଛକ ନିକଟରେ ନୂତନ ଭାବେ ନିର୍ମିତ ହୋଇଥିବା ନୀତି ଆଦର୍ଶ, ସତ୍ୟ,ଶାନ୍ତି ଓ ଅହିଂସାର ପ୍ରତୀକ ମହାନ ବିନ୍ଧାଣି, ଯୋଗଜନ୍ମା ମହାପୁରୁଷ ଜାତିର ପିତା ମହାତ୍ମାଗାନ୍ଧୀ (ବାପୁଜୀ )ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳ ରେ ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ସହାୟକ ଯନ୍ତ୍ରୀ ସୁଧାକର ଦାଶ,କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ସଲାହା ସଂଗୀତା ଟୁଡୁଙ୍କ ଉପସ୍ଥିତି ରେ ବିଧାୟିକା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଉପସ୍ଥିତ ଥିବା ଗାନ୍ଧି ପ୍ରେମୀ ଅବସର ପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ଓ ଭୀମସେନ ସୁବୁଦ୍ଧିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ !ଗାନ୍ଧିଜୀ ୧୯୨୭ ମସିହାରେ ଏହି ଜାଗାରେ ପହଞ୍ଚି କିଛିସମୟ ପାଇଁ ନିଜର ସହକର୍ମୀଙ୍କ ସହିତ ଆଲୋଚନା କରିଥିଲେ । ପର ମୁହୂର୍ତ୍ତରେ ଏହି ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଥିବା ବେଳେ ୧୯୯୯ ମହାବାତ୍ୟାରେ ତାହା କ୍ଷତିଗ୍ରସ୍ଥ ହୋଇ ନଦୀ ଗର୍ଭ ରେ ଲୀନ ହୋଇଯାଇଥିଲେ । ବର୍ତ୍ତମାନ ସମୟରେ ରାସ୍ତାଘାଟ, ଘର, ପାହାଚ ସବୁ ହେଇପାରୁଛି କିନ୍ତୁ ଏମିତି ଏକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ନିଜକୁ ଗର୍ବିତ ଅନୁଭବ କରୁଛି ଏବଂ ସର୍ବ ସୁଖ ହିତାୟ ଧର୍ମରେ ବିସ୍ଵାଶ ରଖୁଥିବା ଏହି ମହାନ ବ୍ୟକ୍ତିଙ୍କ ନୀତି ଆଦର୍ଶ ସମସ୍ତଙ୍କୁ ଅନୁପ୍ରାଣିତ କରିବା ସହିତ ପ୍ରେରଣା ଦେଉ ବୋଲି କହିବା ସହିତ ମାତ୍ର ଦଶଦିନ ମଧ୍ୟ ରେ ଏହିପରି ବିରାଟ କାର୍ଯ୍ୟ ସୂଚାରୁ ରୂପେ ଅତି ସୁନ୍ଦର ଭାବେ କୋଦଳା ଏନ୍ଏସି ଦାୟୀତ୍ୱ ନେଇ କରିଥିବାରୁ ସେ ଧନ୍ୟବାଦର ପାତ୍ର ବୋଲି କହିଥିଲେ । ଶିକ୍ଷକ ପ୍ରକାଶ ସାର କବିତା ମାଧ୍ୟମ ରେ ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରିବା ସହିତ ଏହି ମହାନ କାର୍ଯ୍ୟକୁ ବିଧାୟିକା ନିଜେ ଉନ୍ମୋଚନ କରିଥିବାରୁ ସାଧୁବାଦ ଜଣାଇଥିଲେ ।ଭୀମସେନ ସୁବୁଦ୍ଧି କହିଥିଲେ ଯେ ପ୍ରଥମେ ଗାନ୍ଧିଙ୍କ ମୂର୍ତ୍ତି ସମୟରେ ଉପସ୍ଥିତ ଥିବା ବେଳେ ବର୍ତ୍ତମାନ ମଧ୍ୟ ମୁଁ ଏହି ମହାନ କାର୍ଯ୍ୟରେ ଯୋଗ ଦେଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ଏହି ମହାନ କାର୍ଯ୍ୟକୁ ସମସ୍ତ ଜନସାଧାରଣ ପ୍ରସଂଶା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ନଗର ସଭାପତି ସଂଜୀବ କୁମାର ସାହୁ, ମହିଳା ସଭାନେତ୍ରୀ ସୁଜାତା ରାଣୀ ପ୍ରଧାନ, ପୂର୍ବତନ କାଉନସିଲର ବାଇଧର ନାୟକ ସମେତ ସ୍ୱୟଂ ସାହାୟକ ଗୋଷ୍ଠୀ, ସମାଜସେବୀ, ବୁଦ୍ଧିଜୀବୀ ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )