ମଶାରୀ ବଣ୍ଟନ ବେଳେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ କାଣ୍ଡ ; ଆମେ ଯଦି ମଦ ପିଇଛୁ ପାଇପ୍‌ ଲଗାଅ ।

0 7

ବାଲିଗୁଡା,୧୩/୦୨(ପିପିଟି);ମଶାରୀ ବଣ୍ଟନ ବେଳେ ଜଣେ ମଦ୍ୟପ ଶିକ୍ଷକଙ୍କ ଉନ୍ମତକାଣ୍ଡ। କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ସମ୍ପୃକ୍ତ ମଦ୍ୟପ ଶିକ୍ଷକ ଗାଳିଗୁଲଜ କରିବା ସହ ଆକ୍ରମଣ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରୁ । ଏ ନେଇ ଆକ୍ରମଣର ଶିକାର ହୋଇଥିବା ସୋନପୁର ଅଞ୍ଚଳର ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ୯ ତାରିଖରେ ସୋନପୁର ପଞ୍ଚାୟତ ସତୁଙ୍ଗିଆ ଅଙ୍ଗନୱାଡି କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ବୁଲିଦେଇ ସାହୁ ସ୍ଥାନୀୟ ଆଶାକର୍ମୀଙ୍କ ଉପସ୍ଥିତିରେ ଅଞ୍ଚଳବାସିଙ୍କୁ ମଶାରୀ ବଣ୍ଟନ କରୁଥିଲେ। ଏହି ସମୟରେ ସୋନପୁର ଅଞ୍ଚଳର ଶିକ୍ଷକ ସରୋଜ କୁମାର ସିଂ ଗୋଟିଏ ମଶାରୀ ନେବା ପରେ ବି ଆଉ ଗୋଟିଏ ମଶାରୀ ମାଗିଥିଲେ । କିନ୍ତୁ ସ୍ୱାସ୍ଥ୍ୟକର୍ମୀ ମଶାରୀ ନ ଦେବା ପରେ ମଦ୍ୟପ ଶିକ୍ଷକ ସରୋଜ କୁମାର ସିଂ ସେମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ବୁଲିଦେଇ ଓ ଅନ୍ୟ ଆଶାକର୍ମୀ ଅଭିଯୋଗ କରିଛନ୍ତି । ତେବେ ଏହି ସମୟରେ ଉଭୟ ଶିକ୍ଷକ ଓ ସ୍ୱାସ୍ଥ୍ୟ କର୍ମୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସ୍ୱାସ୍ଥ୍ୟ କର୍ମୀ ଜଣକ ମଦ୍ୟପାନ ଅଭିଯୋଗ ଆଣିବାରୁ ଶିକ୍ଷକ ଜଣକ କହିଥିଲେ ଆମେ ଯଦି ମଦ ପିଇଛୁ ତେବେ ପାଇପ ଲାଗାଇ ପରୀକ୍ଷା କର। ଅନ୍ୟପଟେ ସମ୍ପୃକ୍ତ ଶିକ୍ଷକ ଜଣକ ଏହା ତାଙ୍କ ବିରୋଧରେ ମିଛ ଅଭିଯୋଗ ବୋଲି କହିଛନ୍ତି । ଅନ୍ୟପଟେ ଦାରିଙ୍ଗବାଡି ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ। )

Leave A Reply

Your email address will not be published.