ମଶାଣି ମଣିଷ ବିଶ୍ଵନାଥ ମାର୍ଥା।

0 281

ବେଗୁନିଆ,୨୯/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଅନ୍ତର୍ଗତ ଡିଙ୍ଗରଗ୍ରାମର ବିଶ୍ୱନାଥ ମାର୍ଥା ଛୁଆଁ ଅଛୁଆଁ, ସ୍ୱଛତା ଓ ମାତୃଭୂମି ର ସେବାକରିବା ଲକ୍ଷନେଇ ଲୋକ ମାନଙ୍କ ମନରୁ ଭୟ,ଅନ୍ଧବିଶ୍ୱାସ କୁ ଦୂରକରିବାର ଏକ ଭିନ୍ନ ପ୍ରୟାସ ଯାରିରଖୀଛନ୍ତି। ତାଙ୍କରି ଅକ୍ଳାନ୍ତ ପ୍ରୟାସରେ ତରୁଲତାର ଗହଳରେ ଝଲସି ଉଠୁଛି ମଶାଣି, ହଁ ଏକ ପାର୍କର ଭ୍ରମ ସୃଷ୍ଟି କରିଛି। ସାଧାରଣତଃ ମଶାଣି ଶବ୍ଦଟି ଶୁଣିବାମାତ୍ରେ ଆମ ମନରେ ଭୟ କିମ୍ବା ଖରାପ ଚିନ୍ତାସୃଷ୍ଟି ହୋଇଥାଏ। କିନ୍ତୁ ବାସ୍ତବରେ ସେୟା ନୁହେଁ ତାହା ଆମ ମନରେ ଥିବା ମଶାଣି ପ୍ରତି ଅନ୍ଧବିଶ୍ୱାସ। ତାଙ୍କର ଅଦମ୍ୟ ପ୍ରୟାସ ଦୃଢଇଚ୍ଛାଶକ୍ତି ବଳରେ ତାଙ୍କରି ଗ୍ରାମ ମଶାଣିକୁ ସୁନ୍ଦର ଉଦ୍ୟାନରେ ପରିଣତ କରି ପାରିଛନ୍ତି। ଏଥିପାଇଁ ତାଙ୍କୁ ଅନେକ ନିନ୍ଦା ଅପମାନ ସହିବାକୁ ପଡ଼ିଛି କିନ୍ତୁ ହେଲେ ସେ ହାର୍ ମାନିନାହାନ୍ତି। ସମାଜ ପାଇଁ କିଛି କରିବାର ନିଶା ଏବଂ ଲୋକଙ୍କ ମନରେ ମଶାଣି ପ୍ରତି ଥିବା ଅନ୍ଧବିଶ୍ୱାସ,ଭୟ କୁ ଦୁର କରିବା ପାଇଁ ଏହା ଏକ ଭିନ୍ନ ପ୍ରୟାସ। ଏହି ମଶାଣି କୁ ଦେଖି ଗାଁ ଲୋକେ ଓ ଅନ୍ୟ କେହି ବି ଦେଖିଲେ ଏଇଟା ମଶାଣି କହିଲେ ତାଜୁବ ହୋଇ ଯିବ । ଫୁଲ, ଫଳ ଓ ବିଭିନ୍ନ ପ୍ରକାରର ଔଷଧୀୟ ଗଛରେ ସୋନ୍ଦର୍ଯ୍ୟର ପରିପୂର୍ଣ ସବୁଜ ରଙ୍ଗରେ ରଙ୍ଗାୟିତ ଶ୍ମଶାନ ।ଆଜି ସ୍ତାନିୟ ଅଞ୍ଚଳରେ ବେସ୍ କ୍ଷ୍ୟାତି ଅର୍ଜନ କରିଛନ୍ତି ବିଶ୍ୱନାଥ ମାର୍ଥା ଏବଂ ମଶାଣି ମଣିଷ ନାମରେ ପରିଚିତ, ଏଥିପାଇଁ ବିକୃତ ଅସହ୍ୟ କର ଭାବନାର ଲୋକମାନଙ୍କ ମତ କେତେ ଯେ କର୍ଣ୍ଣପାତ କରିଥିଲେ ।ଏବେ ଏହି ଶ୍ମଶାନର ପ୍ରତିକୁଳ ସମାଜର ସୌନ୍ଦର୍ଯ୍ୟକୁ ଦେଖି ଅଞ୍ଚଳ ଓ ଅନ୍ୟ ମହଲର ଲୋକଙ୍କ ମନ ମୁଗ୍ଧ । ଅଞ୍ଚଳରେ ବର୍ତ୍ତମାନ ଗୋଟିଏ ସ୍ବର ଉତ୍ତୋଳନ ହୋଇଛି,ଯେ ଏହି ଶ୍ମଶାନ ପାଇଁ ପ୍ରଶାସନିକ ସ୍ତରରେ ବିଦ୍ୟୁତ୍,ଜଳ ଏବଂ ଅନ୍ୟାନ୍ୟକୁ ଦୃଷ୍ଟି ନିକ୍ଷେପ କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.