ମର୍ଦ୍ଦମେଖ ରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 544

କୋଦଳା,୧୧/୧୨(ପିପିଟି); ଶୁକ୍ରବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ବେଗୁନିଆପଡ଼ା ବ୍ଲକ ମର୍ଦ୍ଦମେଖ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ହୃଷିକେଶ ମେହେଣାଙ୍କ ତତ୍ଵାବଧାନ ରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠି ,କୋଦଳା ରାଜସ୍ୱ ନିରୀକ୍ଷକ ଶେଖର ସେଠି ପ୍ରମୂଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ, ସୁବିଧା ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ!ଏଥିରେ ସମୁଦାୟ ୯୩ଜଣ ଦରଖାସ୍ତ ଆହ୍ବାନ କରିଥିବା ବେଳେ ୩୨ଜଣଙ୍କୁଘର ପଟା, 9ଜଣଙ୍କୁ ଗ୍ରାମ କଣ୍ଟକ, ୨୧ଜଣଙ୍କୁ ମ୍ୟୁଟେସନ୍, ରେଜିଷ୍ଟ୍ରେସନ୍, ଜାତିଗତ, ସ୍ଥାୟୀବାସିନ୍ଦା ପ୍ରମାଣ ପତ୍ର, ସୀମା ନିର୍ଦ୍ଧାରଣ, ରୁଣ ପରିଶୋଧ କ୍ଷମତା ପ୍ରମାଣ ପତ୍ର, ଦାଖଲ, କିସମ ପରିବର୍ତ୍ତନ ଆଦି ସେବା ଯୋଗାଇ ଦିଆଯାଇଥିବା ବେଳେ ଈ ପାଉତୀ ବାବଦକୁ ୮୨ଟଙ୍କା ଆଦାୟ ହୋଇଥିବା ଜଣାପଡିଛି ।ସାଧାରଣ ଜନତା ତହସିଲ ନ ଦଉଡ଼ି ନିଜ ଗ୍ରାମରେ ତହସିଲର ସମସ୍ତ କାର୍ଯ୍ୟ ହେଉଥିବାରୁ ଖୁଶିବ୍ୟକ୍ତ କରିଥିବା ବେଳେ ଆଗକୁ ମଧ୍ଯ ଏହି ସେବା ଯୋଗାଇଦିଆ ଯିବ ବୋଲି ତହସିଲଦାର୍ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.