ବୋଲଗଡ଼,୧୧/୧୧(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବୋଲଗଡ଼ ଅଞ୍ଚଳର ଚାଷୀମାନେ ମରୁଡି ଅଂଚଳ ଘୋଷଣା ଦାବି କରି ଚାଷୀ ଆନ୍ଦୋଳନ କରିଥିଲେ। ଚାଷୀ ସଂଗଠନ ଆବାହକ ରବିନ୍ଦ୍ର କୁମାର ପରିଡ଼ାଙ୍କ ଡାକରାରେ ବୋଲଗଡ଼ ବ୍ଲକର ଚାଷୀଭାଇମାନେ ବହୁସଂଖ୍ଯା ରେ ଯୋଗ ଦେଇଥିଲେ। ଚଳିତ୨୦୨୦ ମସିହାର ବର୍ଷା ଋତୁ ରେ କମ୍ ବର୍ଷା ଯୋଗୁଁ ଜମିରେ ବେଉଷଣ ଏବଂ ତଳି ରୁଆ କାଯ୍ୟ ଠିକ୍ ସମୟରେ ହୋଇପାରିଲା ନାହିଁ, ପଛରେ ଯେଉଁ ବର୍ଷା ହେଲା ତାହା ଜମିରେ ଧାନଫସଲ ପାଇଁ ଉପଯୋଗ ହୋଇ ପାରିଲା ନାହିଁ। ତେଣୁ ବୋଲଗଡ଼ ବ୍ଲକର ପ୍ରାୟ ୮୦ଭାଗ ଜମିର ଧାନ ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଣୁ ସମସ୍ତ ଚାଷୀମାନେ ଏଥିପାଇଁ ଦୁର୍ଦିନରେ କାଳ କାଟୁଛନ୍ତି। ବୋଲଗଡ଼ ବ୍ଲକ ର ବିଭିନ୍ନ ପଂଚାୟତର ଚାଷିମାନଙ୍କ ନେତୃତ୍ବରେ ନନ୍ଦିଘୋଷ ଭବନ ଠାରୁ ତହସିଲ କାଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ବୋଲଗଡ଼ ବ୍ଲକର ତହସିଲଦାର ଦାୟିତ୍ୱରେ ଥିବା ବିଡିଓ ଧୋବେଇ ନାୟକଙ୍କୁ ମାନ୍ଯବର ମୁଖ୍ଯମନ୍ତ୍ରୀ, କୃଷିମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ବ୍ଲକ ବିଜେପି କୃଷକ ସଭାପତି ଆର୍ତ୍ତବନ୍ଧୁ ପ୍ରଧାନଙ୍କ ପରିଚାଳନାରେ ତହସିଲ କାଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆଯୋଜନ ହୋଇଥିଲା। ସମସ୍ତ ଚାଷୀଭାଇମାନେ କୋଭଡ୍୧୯ ର ନୀୟମ ପାଳନ କରିବା ସହିତ ମାକ୍ସ ପରିଧାନ କରି ହାତରେ ଉଜୁୁଡା କ୍ଷେତରୁ ନଷ୍ଟ ହୋଇଥିବା ଧାନ ବିଡାକୁ ଧରି ଏହି ଚାଷି ଆନ୍ଦୋଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )