ମରଣଯନ୍ତା ସାଜିଥିବା ରାସ୍ତାର ନିର୍ମାଣ ପାଇଁ ଜିଲ୍ଲପାଳଙ୍କୁ ଦାବିପତ୍ର ।

0 269

ଆସିକା,୧୬/୦୪(ପିପିଟି): ଖଲ୍ଲିକୋଟ ଆସିକା ବେଲଗୁଣ୍ଠା ରାସ୍ତା ପ୍ରଶସ୍ତିକରଣ କାମ ଚିନିଶିଳ୍ପ ନୂଆଗାଁ ଛକ ଠାରୁ ଗାଁ ଶେଷ ପର୍ଯ୍ୟନ୍ତ ଅଧ ପନ୍ତରିଆ ଓ ଖାଲ ଖମା କରି ଛାଡି ଦେଇଥିବାରୁ ପ୍ରତିଦିନ ପଥଯାତ୍ରୀ ମାନେ ଦୁର୍ଘଟଣା ର ଶିକାର ହେଉଛନ୍ତି । ଗ୍ରାମର ଅନେକ ଲୋକ ଏହି ଦୁର୍ଘଟଣାର ଶିକାର ହୋଇ ଶରୀର ଯନ୍ତ୍ରଣା ସହ ଖର୍ଚ୍ଚାନ୍ତ ହେଉଛନ୍ତି । ଗାଁ ମଧ୍ୟକୁ ଆମ୍ବୁଲାନ୍ସ ମଧ୍ୟ ପଶି ପାରୁନାହିଁ ସେଥିପାଇଁ ଜରୁରୀକାଳୀନ ସ୍ଥିତିରେ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଏ ସମସ୍ୟାର ସମାଧାନ ପାଇଁ ଗତ ୧୯ ମାର୍ଚ୍ଚ ୨୦୨୨ରେ ନୂଆଗାଁ ଗ୍ରାମବାସୀ ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ସହୃଦୟତାର ସହ ହୃଦୟଙ୍ଗମ କରି ଚିଠି କ୍ରମିକ ସଂଖ୍ୟା ୩୬୯, ତା ୨୧/୦୩/୨୦୨୨ରିଖରେ ଆସିକା ତହସିଲଦାର ତୁରନ୍ତ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ମାଗିଥିଲେ । ଏହା ମଧ୍ୟରେ ୨୬ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଅଧପନ୍ତରିଆ ନିର୍ମାଣକାମ ଆରମ୍ଭ ହୋଇ ନଥିବା ଯୋଗୁଁ ଗ୍ରାମବାସୀଙ୍କ ପକ୍ଷୀ ଆଜି ତହସିଲଦାରଙ୍କୁ ସାକ୍ଷାତକାର କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୁନର୍ବାର ଦାବିପତ୍ର ପ୍ରେରଣ କରିଛନ୍ତି । ଏଥିରେ ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ୭ ଦିନ ମଧ୍ୟରେ ରାସ୍ତା ନିର୍ମାଣ ଆରମ୍ଭ ନହେଲେ ଗାଁରେ ରାସ୍ତା ଅବରୋଧ କରାଯିବ । ଏଥିପାଇଁ ଜିଲ୍ଲପାଳ ଓ ବିଭାଗୀୟ କର୍ତ୍ତୃପକ୍ଷ ଦାୟୀ ରହିବେ । ଦାବି ପତ୍ର ପ୍ରଦାନ କରିବା ସମୟରେ ସାଇରାମ ବିଶ୍ବାଳ, ସଞ୍ଜୟ କୁମାର ମହାନ୍ତି, ଶିବରାମ ସାହୁ, କାମ ନାହକ, ଜଗବନ୍ଧୁ ବିଶ୍ବାଳ, ଅଜୟ ନାୟକ, ଶଙ୍କର ସାହୁ, ଜଗବନ୍ଧୁ ସ୍ବାଇଁ, ଧନେଶ୍ୱର ସ୍ବାଇଁ, ତାରିଣୀ ନାୟକ ଆଦି ବହୁ ଗ୍ରାମବାସୀ ଉପସ୍ଥିତ ହୋଇଥିଲେ ।

Leave A Reply

Your email address will not be published.