ବ୍ରହ୍ମପୁର,୨୩/୧୦(ପିପିଟି): ଓଡ଼ିଶାର ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡର ପ୍ରତିବାଦରେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ସିପିଆଇ,ସିପିଏମ ଓ ଫରୱାର୍ଡ ବ୍ଲକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ଦାବି କରାଯାଇଛି ଯେ,ମମିତା ମେହେର ହତ୍ୟାକାଣ୍ଡ ତଦନ୍ତର ନିରପେକ୍ଷତା ପାଇଁ ଓଡିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବହିଷ୍କାର କର ,ଓଡିଶା ଉଚ୍ଚ ନ୍ୟାୟାଳୟର ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଦ୍ୱାରା ମମିତା ହତ୍ୟାକାଣ୍ଡର ତଦନ୍ତ କର,ଦିବ୍ୟ ଶଙ୍କର ମିଶ୍ରଙ୍କୁ ଏସ ଆଇ ଟି ତଦନ୍ତ ପରିସରଭୁକ୍ତ କରାଯାଉ,ଅପରାଧୀ ମାନଙ୍କୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦିଆଯାଉ,ମମିତାଙ୍କ ପରିବାରଙ୍କୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଉ । ଏହି ଆନ୍ଦୋଳନରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଏଆଇଟିୟୁସିର ରାଜ୍ଯ କାର୍ଯ୍ଯକାରୀ ସଭାପତି ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ସିପିଏମ ଜିଲ୍ଲା ସଂପାଦକ କୈଳାଶ ଷଢଙ୍ଗୀ,ସିପିଏମ ଜିଲ୍ଲା ସମ୍ପାଦକ ମଣ୍ଡଳୀର ସଦସ୍ଯ ବସନ୍ତ କୁମାର ନନ୍ଦ ଓ ଯୁଧିଷ୍ଠିର ବେହେରା, ଫରୱାର୍ଡ ବ୍ଲକ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି, ଫରୱାର୍ଡ ବ୍ଲକ ଯୁବ ନେତା ପିଣ୍ଟୁ ପ୍ରଧାନ, ଏଆଇୱାଇଏଫ୍ ଜିଲ୍ଲା ସମ୍ପାଦକ କାମଦେବ ନାହାକ ପ୍ରମୁଖ ନେତୃତ୍ବ ଅଂଶଗ୍ରହଣ କରିଥିଲେ।