ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବୀରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ପାଳନ ।

0 245

ଉଲୁଣ୍ଡା,୨୫/୧୦(ପିପିଟି): ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଅତି ଦୁର୍ବଳ ଓ ଜଟିଳ ହେଇଗଲାଣି । ଚୋରି, ରାହାଜାନି, ଡକାୟତି, ବଳାତ୍କାର, ହତ୍ୟା, ନାରୀ ନିର୍ଯ୍ୟାତନା, ଅବାଧ ନିଶା କାରବାର ବୃଦ୍ଧି ପାଇଛି । ସମସ୍ତ ପ୍ରକାର ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପର ପ୍ରାଦୁର୍ଭାବ ବୃଦ୍ଧି ଯୋଗୁଁ ରାଜ୍ୟର ଗରିବ, ନିରୀହ, ସରଳ ଜନସାଧାରଣ ହଇରାଣ ହେଉଛନ୍ତି ଏବଂ ଶାରୀରିକ, ଆର୍ଥିକ, ମାନସିକ କ୍ଷତି ସହୁଛନ୍ତି । ତତ୍ ସଙ୍ଗେ ସଙ୍ଗେ ଏଭଳି ଅନେକ ଘଟଣାରେ ଶାସକ ଦଳ ର ନେତା, ମନ୍ତ୍ରୀ, କର୍ମୀଙ୍କ ପ୍ରତ୍ୟେକ୍ଷ ବା ପରୋକ୍ଷ ସମ୍ପୃକ୍ତିର ଅଭିଯୋଗ ଆସୁଥିବାର ପରିଲକ୍ଷିତ ହେଉଛି । ନିଜର ସଂଖ୍ୟା ଗରିଷ୍ଠତାର ଗର୍ବ ଅହଙ୍କାରରେ ବଶବର୍ତ୍ତୀ ରାଜ୍ୟ ସରକାର ନିଜର ସ୍ୱଚ୍ଛ ଛବି ର ମିଥ୍ୟା ଆବରଣକୁ ବଞ୍ଚେଇବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଘଟଣାରେ ହସ୍ତକ୍ଷେପ କରିବାର ଅଭିଯୋଗ ମାନ ରହୁଛି । ଶାସକ ଦଳ ଓ ସରକାରୀ ଚାପ ଓ ହସ୍ତାକ୍ଷପ ଫଳରେ ଘଟଣା ଗୁଡିକର ତଦନ୍ତ ଦିଗହରା ହେଉଛି ଓ ଘଟଣାରେ ପ୍ରଭାବିତ ବ୍ୟକ୍ତି କିମ୍ବା ପରିବାର ନ୍ୟାୟ ପାଇପାରୁନାହାଁନ୍ତି । ନିକଟ ଅତୀତରେ ଘଟିଥିବା କୁନ୍ଦୁଲି ଘଟଣା, ପରୀ ହତ୍ୟା ଘଟଣା, ମାହାଙ୍ଗା ଡବଲ ମର୍ଡର ଘଟଣା, ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା ଭଳି ଅନେକ ଘଟଣା ଏହାର ନିଚ୍ଛୁକ ଉଦାହରଣ । ବର୍ତ୍ତମାନ ଠିକ ସେଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡି ଜିଲ୍ଲାରର ରହିଥିବା ମହଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲା । ପ୍ରଥମେ ମମିତା ମେହେରଙ୍କ ନିଖୋଜ ଘଟଣା, ପରେ ଅନୁଷ୍ଠାନର ମାଲିକ ଗୋବିନ୍ଦ ସାହୁ ଫେରାର ଘଟଣା ଓ ଏବେ ମମିତା ମେହେରଙ୍କର ମୃତଦେହ ଉଦ୍ଧାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛ ।ଆଜି ଏ ନେଇ ସୁବର୍ଣ୍ଣପିର ଜିଲ୍ଲା ବୀରମହାରାଜପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସମିତା ମେହେରଙ୍କୁ ସେହି ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁ ଦ୍ବାରା ଅପହରଣ ଓ ହତ୍ଯା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କର ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବି କରି ବୀରମହାରାଜପୁର ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି ।ଆଜି ସକାଳୁ ସକାଳୁ ଯୁବ ମୋର୍ଚ୍ଚା ର କର୍ମୀ ମାନେ ମୁଖ୍ୟ ଛକ ଠାରେ ଉପସ୍ଥିତ ରହି ସରକାର ବିରୋଧୀ ସ୍ଳୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ମାମଲାରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ଓ ଏହାର ନିରପେକ୍ଷ ସିବିଆଇ ତଦନ୍ତ କରିବା ସହ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ପକ୍ଷରୁ ପ୍ରଦର୍ଶନ କରିଛନ୍ତି । ଜରୁରୀ ସେବାକୁ ବାଦ ଦେଲେ ସମସ୍ତ ଦୋକାନ ବଜାର ସହିତ ଗାଡି ଚାଳାଚଳ ଠପ ହୋଇଥିବା ବେଳେ ସରକାରୀ କାର୍ଯ୍ୟାଳୟ ସହ ସମସ୍ତ ପେଟ୍ରୋଲ ପମ୍ପ ମଧ୍ଯ ଦଳ ପକ୍ଷରୁ ବନ୍ଦ କରାଯାଇଥିଲା । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୋଇ,ଜିଲ୍ଲା ପରିଷଦ ସଭ୍ଯା ମମିତା ମେହର ହତ୍ୟା ଘଟଣା ପ୍ରତିବାଦ ରେ ବୀରମହାରାଜପୁର ବନ୍ଦ ଗାୟତ୍ରୀ ପାଣିଗ୍ରାହୀ,ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାସ,ରଘୁବୀର ପାଣିଗ୍ରାହୀ, ଜିଲ୍ଲା ଉପସଭାନେତ୍ରୀ ନଲନୀ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ଯକାରିଣୀ ସଦସ୍ଯ କିଶୋର ହୋତା, ଗୌର ଜଗଦଲା, ଆଶ୍ରୟ ମହାନନ୍ଦ, ମଣ୍ଡଳ ସଭାପତି ହରିହର ପାତ୍ର ପ୍ରମୁଖ ସହ ଅନେକ କର୍ମୀ ସାମିଲ ଥିଲେ ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.