ମମିତା ମେହେର୍ ହତ୍ଯାକାଣ୍ଡ ଘଟଣାରେ ପରିବାରବର୍ଗଙ୍କୁ ନ୍ଯାୟ ଦେବା ଦାବିରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ।

0 1,269

ବ୍ରହ୍ମପୁର, ୧୪/୧୨(ପିପିଟି)ମମିତା ମେହେର୍ ହତ୍ଯାକାଣ୍ଡ ଘଟଣାରେ ପରିବାରବର୍ଗଙ୍କୁ ନ୍ଯାୟ ଦେବା ଦାବିରେ କଂଗ୍ରେସ ଦଳ ଆନ୍ଦୋଳନକୁ ଓହ୍ଲାଇଛି । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ ୧୦ ତାରିଖ ଦିନ ଭୁବନେଶ୍ବର ଠାରେ ବିଧାନସଭା ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ବେଳେ ନିରୀହ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସର ଅମାନୁଷିକ ଲାଠିଚାର୍ଜ ହୋଇଥିଲା। ଏହା ସହ ପୁଲିସ ପ୍ରତିଶୋଧ ପରାୟଣ ହୋଇ କଂଗ୍ରେସ ଭବନରେ ପଶି ପୁଲିସ ଗୋଡ଼ାଇ ଗୋଡାଇ ଆକ୍ରମଣ କରିଥିଲା । ଏହି ଘଟଣାର ପ୍ରତିବାଦ ଏବଂ ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ ନ୍ଯାୟ ପ୍ରଦାନ କରିବା ଦାବୀରେ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନ କରାଯାଇଥିଲା ଏବଂ ଏକ ଦାବିପତ୍ର ଅତିରିକ୍ତ ଏସ.ପି ଙ୍କୁ ଦିଆଯାଇଥିଲା । ସରକାରୀ ଦଳର ଇଙ୍ଗିତରେ ପୁଲିସ ଦ୍ବାରା ଏଭଳି ବିରୋଧୀ ଦଳ ଉପରେ ଆକ୍ରମଣକୁ ଓଡ଼ିଶା ପୋଲିସର ବର୍ବରତାକୁ ଦୃଢ଼ ନିନ୍ଦା କରିଛି କଂଗ୍ରେସ । ଆକ୍ରମଣରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦେଶରେ ବ୍ରହ୍ମପୁର ଏସପି କାର୍ଯ୍ୟାଳୟ ଘେରାଉ ହୋଇଥିଲା । ଏସପି ଅଫିସ ଘେରାଉ ନିମନ୍ତେ ଏକ ରାଲି ସ୍ଥାନୀୟ ବାପୁଜି ଆଶ୍ରମ ଠାରୁ ବାହାରି ବ୍ରହ୍ମପୁର ଏସପି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଉପରେ ବିଭିନ୍ନ ସ୍ଲୋଗାନ ଦେଇ ମହିଳା କଂଗ୍ରେସ କର୍ମୀମାନେ ରାସ୍ତାରେ ବସିଥିଲେ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ସହ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତ ଥିବା ଏବଂ ଏହାର ତଦନ୍ତ କରି ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଭାବେ ହୋଇଥିବା ବେଳେ ବ୍ଯାପକ ସୁରକ୍ଷା ନିମନ୍ତେ ବ୍ରହ୍ମପୁର ପୁଲିସ ତରଫରୁ ୪ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ବିକ୍ଷୋଭ ବେଳେ ୧୧ଜଣ କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠେଇନେଇଥିଲା । ସେହିପରି ଜିଲ୍ଲା କଂଗ୍ରେସ ତରଫରୁ ଛତ୍ରପୁର ଏସପି କାଯ୍ୟାଳୟ ଘେରାଉ କରାଯାଇଥିଲା । ନ୍ଯାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଓ ମହିଳା କଂଗ୍ରେସ ନେତା ବନଜା ପଣ୍ଡା କହିଛନ୍ତି । ବିକ୍ଷୋଭ ବେଳେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା , ଜିଲ୍ଲା ଉପସଭାପତି ମହେଶ୍ୱରପାତ୍ର , ମହିଳା ସଭାପତି ବନଜା ପଣ୍ଡା , ସମ୍ପାଦକ ଦଣ୍ଡ ପାତ୍ର , ସମ୍ପାଦିକା ଗୀତାଞ୍ଜଳି ସାହୁ , ସଭାପତି ସିଦ୍ଧାନ୍ତ କୁମାର ସାହୁ , ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଦେବାଶିଷ ମହାନ୍ତି , ବିକାଶ ନାୟକ,ଛାତ୍ର ନେତା ୟୁ.ଶ୍ରୀନାଥ ପାତ୍ର , ପ୍ରଶାନ୍ତ କୁମାର ବିଷୋୟୀ , ଭାଗୀରଥି ବେହେରା ,ଅବନୀ ଶତପଥୀ , ଚିନ୍ମୟ କୁମାର ହୋତା , କୁନା ବିଷୋୟୀ , ଗଣେଶ ରେଡ଼ି , ଇଜୁ ଅମୀନ ଖାଁ , ମହେଶ ଗୌଡ଼ , ଜିତେନ୍ଦ୍ର ଗୌଡ଼ , ଅରୁଣ ପାଣିଗ୍ରାହୀ ,ପି.ବାଲକ୍ରୀଷ୍ଣା ରାଓ , ବିଜୟ ସେଠିଙ୍କ ସମେତ ମହିଳା କର୍ମୀ ଯୁବକର୍ମୀ ଓ ଛାତ୍ରକର୍ମୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.