ମମିତା ମେହର ହତ୍ୟାର ପ୍ରତିବାଦରେ ସିପିଆଇ(ଏମ) ତରଫରୁ ରଣପୁରରେ ପଥପ୍ରାନ୍ତ ସଭା ।

0 266

ରଣପୁର,୨୩/୧୦(ପିପିଟି):କଳାହାଣ୍ଡିର ମହାଲିଙ୍ଗ ଠାରେ ମମିତା ମେହେର ହତ୍ୟା କାଣ୍ଡ ବିରୋଧରେ ଆଜି ବାମପନ୍ଥୀ ଦଳମାନଙ୍କର ଡାକରାରେ ରାଜ୍ୟବ୍ୟାପୀ ପ୍ରତିବାଦ ପରିପ୍ରେକ୍ଷୀରେ ରଣପୁର ଠାରେ ସିପିଆଇ (ଏମ) ତରଫରୁ ରଣପୁରର ଉପର ବଜ଼ାର ଓ ପଞ୍ଚୁଦୋଳ ପଡ଼ିଆଠାରେ ଦୁଇଟି ସ୍ଥାନରେ ସାଥି ସୁରେଶ ସ୍ବାଇଁଙ୍କ ନେତୃତ୍ୱରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଯାଇଛି।ନାରୀ ହତ୍ୟାକାରୀ ନବୀନ ସରକାରଙ୍କୁ ବକ୍ତାମାନେ ତୀବ୍ର ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ର ଦିବ୍ୟ ଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର,ଗୋବିନ୍ଦ ସାହୁ ସମେତ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ, ଉଚ୍ଚ ନ୍ୟାୟାଳୟ ତତ୍ୱଆବଧାନରେ SIT ତଦନ୍ତ,ଓ ମୃତ ମମିତା ମେହର ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ। ଗାଁକୁ କାମ ମାକୁ ସମ୍ମାନ ପ୍ରତିଶୃତି ନବୀନ ବାବୁଙ୍କର ବୃଥା ପ୍ରତିଶୃତି ବୋଲି ବକ୍ତାମାନେ କହିଥିଲେ।ଏହା ବିରୋଧରେ ଓଡିଶା ବାସୀ ରାଜ୍ୟ ସରକାରଙ୍କୁ ଉଚିତ ଶାସ୍ତି ଦେବେ ବୋଲି ଚେତାବନୀ ଦେଇ ରାଜ୍ୟ ତମାମ ସଚେତନ କରିବେ ବୋଲି ସଂଗଠନ ତରଫରୁ କହିଥିଲେ। ଏହି ପଥପ୍ରାନ୍ତ ସଭାରେ ହରିଶ୍ଚନ୍ଦ୍ର ମିଶ୍ର,ନିତ୍ୟାନନ୍ଦ ପରିଡା,ଧୁଶାସନ ଜେନା,ସବ୍ୟସାଚୀ ସେନାପତି,ସୁଶୀଲ ମହାନ୍ତି,ଗଦାଧର ପ୍ରଧାନ,ଭିକାରୀ ସାହୁ,ସଂଯୁକ୍ତା ସେଠି,ସୁକାନ୍ତି ଜେନା, ପୂର୍ଣ୍ଣିମା ମହାପାତ୍ର,ଅନାମ ଦାସ ଓ ଲଷ୍ମୀଧର ଲେଙ୍କା ପ୍ରମୁଖ ବକ୍ତବ୍ୟ ଦେଇଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.