ମମତାମୟୀ ମାଁ

0 188

“”””””‘”””””””””””
ମାଁ ର ମମତା ସ୍ନେହଭରା କଥା
କରୁଣାର ସିଏ ସାଗର ,
ଦୀପଭଳି ଜଳି ଆଲୋକ ଦିଏ ସେ
ନାହିଁ ତାର ପଟାନ୍ତର ।।

ସ୍ବର୍ଗୀୟ ଆନନ୍ଦ ଅମୃତର ଗଙ୍ଗା
ଆମ ହୃଦେ ଭରିଦିଏ,
ଯାହାର ଆଶିଷେ ଜୀବନଟା ଗଢ଼ା
ମାଆଟି ଆମର ସିଏ ।।

ସ୍ୱର୍ଗଠାରୁ ବଳି ବସୁଧା ପରି ସେ
ହୃଦୟ ମମତା ଭରା,
ସବୁ କଷ୍ଟ ନେଇ ମମତା ବାଣ୍ଟଇ
ସିଏ ଆମ ମାଁ ପରା ।।

ତା କାନି ପଣତ ଛାଇତଳେ ଥାଇ
ଦିନ ଯାଉ ମୋର ସରି,
ଏ ଜନମ ନୁହେଁ ସାତ ଜନ୍ମ ଯାଏଁ
ଜନ୍ମିବି ତା କୋଳେ ମୁହିଁ।।

ଜୀବନ ଦୀପକୁ
ଜଳାଇଲୁ ମାଆ
ଚଲାଇଲୁ ହାତ ଧରି ,
ଢାଳିଲୁ ଅମୃତ ପରାଣେ ଆମ୍ଭର
ବୁକୁର ମମତା ଭୁଲି ।।

ଧୂଳିରୁ ଧିସର ତୁଠରୁ ପଥର
ନୀତି ମରୁଥାଏ ଯିଏ,
ଯା ଆଖିର ଲୁହ ଓଠ ପିଇଯାଏ
ନିରିମାଖୀ ମାଆ ସିଏ ।।

ସାରା ଦୁନିଆଁ ଟା ଏକାଠି ହେଲେବି
ମାଆ ସରି କେହି ନାହିଁ,
ତା ସ୍ନେହ ଶରଧା ତା ନିଷ୍କପଟତା
ବ୍ରହ୍ମଣ୍ଡେ ମିଳିବ ନାହିଁ ।।

ପଡୁଥିଲେ ମୁଦି ଆଖିପତା ମୋର
ସପନରେ ଆସୁ ତୁହି,
ଆମ ଦୁଃଖେ ଦୁଖୀ ଆମ ସୁଖେ ସୁଖୀ
ଧନ୍ୟ ମାଁ ମମତାମୟୀ ।।

~ ~ ★ ~ ~
ଶାନ୍ତନୁ କୁମାର କର୍ଣ୍ଣ
ଜୟପୁର,ବିରମହାରାଜପୁର,ସୋନପୁର-୧୮
ମୋ-୯୯୩୭୯୯୩୧୯୮

(ଆଜି ବିଶ୍ୱ ମାତୃ ଦିବସ ଅବସରରେ ମୋର ଏଇ ସୃଷ୍ଟି)

Leave A Reply

Your email address will not be published.