***ମମତାମୟୀ ଜନନୀ***

0 116

***ମମତାମୟୀ ଜନନୀ***
(କବି କେଶବ ଚନ୍ଦ୍ର ନାୟକ

ମା ତୋ କ୍ଷୀର… ଅମୃତ
ମା ତୋ କୋଳ…. ସ୍ବର୍ଗ
ମା ତୋ ଚୁମ୍ବନ…. ମମତା
ମା ତୋ ବାକ୍ଯ….ଭାଗବତ
ମା ତୋ ହସ…ଚନ୍ଦ୍ରମା
ମା ତୋ ପଣତ…ଅଭୟ
ମା ତୋ ପଖାଳ…ମହାପ୍ରସାଦ
ମା ତୋ କଲ୍ଯାଣ….ଦୀର୍ଘାୟୁ
ମା ତୋ ନାନାବାୟା ଗୀତ…ମହାମନ୍ତ୍ର
ମା ତୋ ସେବା….ଅତୁଳନୀୟ
ମା ତୋ ସ୍ନେହ….ଅନାବିଳ
ତୁ ମୋ ଜୀବନ…ସ୍ପନ୍ଦନ
ତୋ ପାଦେ ବନ୍ଦନ
ଜନ୍ମଦାତ୍ରୀ ଜନନୀ
ତୋତେ କୋଟି କୋଟି ପ୍ରଣାମ…!!

(କବି କେଶବ ଚନ୍ଦ୍ର ନାୟକ)

(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:9437779447­

Leave A Reply

Your email address will not be published.